Categories: ଜାତୀୟ

ବାପାଙ୍କ ହତ୍ୟାର ପ୍ରତିଶୋଧ ନେଲା ପୁଅ

ଭଦୋହି (ଉତ୍ତରପ୍ରଦେଶ),୨୭।୭: ଜଣେ ଯୁବକ ତାଙ୍କ ବାପାଙ୍କ ହତ୍ୟାକାରୀଙ୍କୁ ହତ୍ୟା କରିଛନ୍ତି। ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶର ସୁରଓ୍ବାୟାନ ଅଞ୍ଚଳର ମଧୁପୁର ଗାଁରେ। ମୁଖ୍ୟ ଅଭିଯୁକ୍ତ ରମେଶ  ଦୁଇ ସାଙ୍ଗ ସନ୍ତୋଷ ଓ ଶିବମଙ୍କ ସହ ମିଶି ରାଜେନ୍ଦ୍ର ଗୌତମଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ୫୦ ବର୍ଷୀୟ ରାଜେନ୍ଦ୍ରଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କମ୍ୟୁନିଟି ହେଲ୍‌ଥ ସେଣ୍ଟର ନିଆଯାଇଥିଲା। ସେଠାରୁ ତାଙ୍କୁ ବାରଣାସୀ ରେଫର କରାଯାଇଥିଲା। କିନ୍ତୁ ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ତାଙ୍କ ମୃତ୍ୟୁ ଘଟିଥିଲା।

ମୃତକ ଦୁଇ ବର୍ଷ ତଳେ ରମେଶଙ୍କ ବାପା ବିଜୟ ଶଙ୍କରଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ସେତେବେଳେ ବାପାଙ୍କ ହତ୍ୟାର ପ୍ରତିଶୋଧ ନେବା ଲାଗି ରମେଶ ପ୍ରତିଜ୍ଞା କରିଥିଲେ। ୩ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ଗାଁରେ ଅଧିକ ସଂଖ୍ୟାରେ ସୁରକ୍ଷା କର୍ମୀ ମୁତୟନ ହୋଇଥିବା ବରିଷ୍ଠ ପୋଲିସ ଅଧିକାରୀ ପ୍ରିୟଙ୍କା ଜୈନ କହିଛନ୍ତି।

Share