ପଡ଼ୋଶୀ ମହିଳାଙ୍କୁ ହତ୍ୟା କରି ହାର୍ଟ କାଢ଼ିନେଲେ, ଆଳୁ ସହ ତରକାରୀ କରି ପରିବାର ସଦସ୍ୟଙ୍କୁ ଖାଇବାକୁ ଦେଲେ; ଘଟଣା ଜଣାପଡ଼ିବା ପରେ…

ଓ୍ବାଶିଂଟନ,୨୭।୨: ଆମେରିକାରେ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ନିଜ ପଡ଼ୋଶୀ ମହିଳାଙ୍କୁ ହତ୍ୟା କରି ତାଙ୍କ ହାର୍ଟ କାଢ଼ି ନେଇଥିଲେ। ଏତିକିରେ ବି ରାଗ ଶାନ୍ତ ହେଲାନି ଘରେ ପହଞ୍ଚି ଆଳୁ ସହିତ ତରକାରୀ କରି ପରିବାର ସଦସ୍ୟଙ୍କୁ ଖାଇବାକୁ ଦେଲେ। ଆମେରିକୀୟ ପୋଲିସ ଏହି ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଅଧିକ ତଦନ୍ତ ଜାରି ରଖିଛି।

ଏକ ରିପୋର୍ଟ ଅନୁଯାୟୀ, ଅଭିଯୁକ୍ତ ଜଣକ ହେଲେ ଲରେନ୍ସ ପଲ ଆଣ୍ଡରସନ। ଓକାଲୋହୋମା ଷେଟ୍‌ ଇନ୍‌ଭେଷ୍ଟିଗେସନ ବ୍ୟୁରୋର ଜଣେ ଏଜେଣ୍ଟ ବିଚାରପତିଙ୍କୁ କହିଛନ୍ତି ଯେ, ଲରେନ୍ସ ପଡ଼ୋଶୀ ଆଣ୍ଡ୍ରେୟା ଲିନ୍‌ ବ୍ଲାକେନାସିପ୍‌ଙ୍କୁ ତାଙ୍କ ଘରେ ଚକାଲୋମା ସହରର ପ୍ରାୟ ୪୦ କିଲୋମିଟର ଦୂରରେ ହତ୍ୟା କରିଥିଲେ।

ହତ୍ୟା କରିବା ପରେ ଲରେନ୍ସ ଆଣ୍ଡ୍ରେୟାଙ୍କ ହାର୍ଟ କାଢ଼ି ନେଇଥିଲେ। ପରେ ଘରେ ରାନ୍ଧି ପରିବାର ସଦସ୍ୟଙ୍କୁ ଖାଇବାକୁ ଦେଇଥିଲେ। ପୋଲିସ ଘଟଣାର ତଦନ୍ତ କରି ଲରେନ୍ସଙ୍କୁ ଗିରଫ କରିଛି। ଏହା ପୂର୍ବରୁ ଲରେନ୍ସ ଅନେକ ଅପରାଧିକ ମାମଲାରେ ଜଡ଼ିତ ଅଛନ୍ତି ବୋଲି ପୋଲିସ ସୂଚନା ଦେଇଛି।

Share