Categories: ଜାତୀୟ

ସ୍ତ୍ରୀଙ୍କୁ ହତ୍ୟା କରି କଟାମୁଣ୍ଡ ହାତରେ ଧରି ବସ୍‌ଷ୍ଟାଣ୍ଡରେ ବୁଲିଲେ ବ୍ୟକ୍ତି,ରକ୍ତ ଜୁଡୁବୁଡ଼ୁ ଦେହ ଦେଖି…

କୋଲକାତା,୧୫।୨: ଘରୋଇ କଳହକୁ ନେଇ ସ୍ତ୍ରୀଙ୍କୁ ହତ୍ୟା, ପରେ କଟାମୁଣ୍ଡ ଧରି ବୁଲିଲେ ବ୍ୟକ୍ତି। ଏଭଳି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି ପଶ୍ଚିମବଙ୍ଗର ମେଦିନାପୁର ଅଞ୍ଚଳରେ। ବ୍ୟକ୍ତିଜଣଙ୍କ ହେଲେ ଗୌତମ ଗୋଚ୍ଛାୟତ(୪୦)। ଚିସ୍ତିପୁର ବସ୍‌ଷ୍ଟାଣ୍ଡରେ ତାଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଦେଖି ଲୋକେ ପୋଲିସକୁ ଖବର ଦେଇଥିଲେ। ପରେ ତାଙ୍କୁ ଗିରଫ କରାଯାଇଥିଲା।

ପୋଲିସର କହିବା ମୁତାବକ, ଗୌତମ ଜଣେ ମାନସିକ ବିକାରଗ୍ରସ୍ତ ଯୁବକ। ସ୍ତ୍ରୀ ଫୁଲରାଣୀଙ୍କ ସହ ବଚସାକୁ ନେଇ ଗୌତମ ତାଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରିବା ପରେ କଟାମୁଣ୍ଡ ଧରି ରାସ୍ତାରେ ବୁଲିଥିଲେ। ସ୍ଥାନୀୟ ଅଞ୍ଚଳରେ ଥିବା ଏକ ଚା’ ଦୋକାନରେ ସେ ବସିଥିବା ବେଳେ ଲୋକଙ୍କ ସନ୍ଦେହ ହୋଇଥିଲା। ପୋଲିସକୁ ଖବର ଦିଆଯିବା ପରେ ତାଙ୍କୁ ଗିରଫ କରାଯିବା ସହ ଘରୁ ମୃତଦେହ ଜବତ କରାଯାଇ ତଦନ୍ତ ଆରମ୍ଭ ହୋଇଛି।

ତେବେ ବସନ୍ତ ପେସାରେ ଜଣେ ହକର୍‌ ହୋଇଥିବା ବେଳେ ସ୍ତ୍ରୀଙ୍କ ଉପରେ ସନ୍ଦେହ କରୁଥିଲେ। ଏହାକୁ ନେଇ ସେମାନଙ୍କ ମଧ୍ୟରେ ଝଗଡ଼ା ହେଉଥିଲା। ତେବେ ଦୁହିଁଙ୍କର ୫ମ ଶ୍ରେଣୀରେ ପଢ଼ୁଥିବା ଜଣେ ପୁଅ ମଧ୍ୟ ରହିଛନ୍ତି।

Share