ଓ୍ବାଶିଂଟନ,୨୪।୬: ଆମେରିକାର ପ୍ଲୋରିଡାରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀଙ୍କ ଗଳାକାଟି ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ସ୍ବାମୀ। ଏହି ଅଭିଯୋଗରେ ୨୧ ବର୍ଷୀୟ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଫ୍ଲୋରିଡାର ଜିଚେନ ୟାଙ୍ଗ୍।
ସୂଚନା ଯୋଗ୍ୟ, ଫ୍ଲୋରିଡାରେ ଥିବା ଏକ ଗୋଲ୍ଡେଲମ ଆପାର୍ଟମେଣ୍ଟରେ ଜଣେ ଯୁବକ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିଥିବା ନେଇ ପୋଲିସକୁ ଖବର ମିଳିଥିଲା। ଏନେଇ ପୋଲିସ ଆପାର୍ଟମେଣ୍ଟ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ପୋଲିସ ତଦନ୍ତ ବେଳେ ଜିଚେନ ସ୍ତ୍ରୀଙ୍କୁ ହତ୍ୟା ପରେ ତାଙ୍କ ହାତ ଧରି ସ୍ତ୍ରୀ ଶୁଣୁଥିବା ପ୍ରିୟ ଗାୟକଙ୍କ ଗୀତ ଶୁଣାଉଥିବା ପୋଲିସ ପକ୍ଷରୁ କୁହାଯାଇଛି। ସୂଚନା ମୁତାବକ, କିଛି ଦିନ ତଳେ ଜିଚେନଙ୍କ ସ୍ତ୍ରୀ ତାଙ୍କର ପାସ୍ପୋର୍ଟ ପୋଡ଼ିଦେଇଥିଲେ। ଏହାକୁ ନେଇ କିଛିଦିନ ହେଲା ସେ ଅବସାଦରେ ଥିଲେ ବୋଲି ପୋଲିସର ଜଣେ ଅଧିକାରୀ କହିଛନ୍ତି।