କରୋନା କାରଣରୁ ବନ୍ଦ ହେବାକୁ ଯାଉଥିଲା ରେଷ୍ଟାରାଣ୍ଟ: ଶେଷ ବ୍ୟକ୍ତି ଦେଇଥିଲେ ୨ ଲକ୍ଷ ଟିପ୍ସ

ଆମେରିକା ସମେତ ସମଗ୍ର ବିଶ୍ୱରେ ପୁଣିଥରେ କରୋନା ଭାଇରସ ବ୍ୟାକ୍‌ କରିଛି। ଯେଉଥିପାଇଁ ସରକାରଙ୍କୁ ପୁଣିଥରେ ଲକ୍‌ଡାଉନ୍‌ ଭଳି କଠୋର ନିଷ୍ପତ୍ତି ନେବାକୁ ପଡୁଛି। ଆମେରିକାରେ କରୋନା ବୃଦ୍ଧି ପାଉଥିବାରୁ ଏକ ରେଷ୍ଟୁରାଣ୍ଟ ମାଲିକ ସ୍ବେଚ୍ଛାକୃତ ଭାବେ ନିଜ ରେଷ୍ଟୁରାଣ୍ଟକୁ ବନ୍ଦ କରିବାକୁ ପିଷ୍ପତ୍ତି ନେଇଥିଲେ। ଏହି ନିଷ୍ପତ୍ତିରେ ସେଠାକୁ ବିୟର ପିଇବାକୁ ଆସିଥିବା ଶେଷ ଗ୍ରାହକ ଖୁସିହୋଇ ୩୦ ହଜାର ଡଲାର (୨,୨୨,୫୪୦ ଟଙ୍କା) ଟିପ୍ସ ଦେଇଥିଲେ। ଏ ନେଇ ରେଷ୍ଟୁରାଣ୍ଟ ମାଲିକ ବ୍ରାଣ୍ଡନ ରିଙ୍ଗ ଫେସ୍‌ବୁକ୍‌ରେ ସୂଚନା ଦେଇଛନ୍ତି।
ସେ ସୂଚନା ଦେଇ କହିଛନ୍ତି ଯେ, ଜଣେ ବ୍ୟକ୍ତି ରେଷ୍ଟୁରାଣ୍ଟକୁ ଆସି ବିୟର ଅର୍ଡର କରିଥିଲେ ଏବଂ ପିଇବା ପରେ ସେ ବିୟର ମୂଲ୍ୟ ୭ ଡଲାର ଦେଇଥିଲେ। ଯେତେବେଳେ ସେ ଜାଣିବାକୁ ପାଇଲେ ଯେ, ରେଷ୍ଟୁରାଣ୍ଟ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେବାକୁ ଯାଉଛି, ସେତେବେଳେ ବ୍ୟକ୍ତି ଜଣଙ୍କ ତାଙ୍କ ପାଇଁ ପ୍ରାର୍ଥନା କରିଥିଲେ। ପରେ ୩୦୦୦ ଡଲାର ଟିପ୍ସ ରୂପେ ଦେଇ ଚାଲିଯାଇଥିଲେ।

Share