ମାନବ ଶରୀର ଅତ୍ୟନ୍ତ ଅଜବ। ଆହୁରି ଅଦ୍ଭୁତ ଏବଂ ଆଶ୍ଚର୍ଯ୍ୟର ବିଷୟ ହେଉଛି ଯଦି ଜଣେ ପୁରୁଷଙ୍କ ପେଟ ଗର୍ଭବତୀ ମହିଳାଙ୍କ ପରି ବଢ଼ିଚାଲେ। ସେମିତି ଏକ ଅଦ୍ଭୁତ କଥା ଦେଖିବାକୁ ମିଳିଛି ଇଂଲଣ୍ଡର ଜଣେ ପୁରୁଷଙ୍କଠାରେ। ତାଙ୍କ ପେଟ ଧିରେ ଧିରେ ୯ ମାସର ଗର୍ଭବତୀ ମହିଳାଙ୍କ ପର ବଢ଼ିବାରେ ଲାଗିଲା। ଯାହାକୁ ଦେଖି ଡାକ୍ତରମାନେ ଆଶ୍ଚର୍ଯ୍ୟ ହୋଇଥିଲେ।
ଏକ ରିପୋର୍ଟ ଅନୁଯାୟୀ, ଇଂଲଣ୍ଡର ଦକ୍ଷିଣ ୟର୍କଶାୟରରେ ରହୁଥିବା ୪୬ ବର୍ଷୀୟ ଗ୍ୟାରି ଉରିଏନଙ୍କ ପେଟ ଦିନକୁ ଦିନ ବଢ଼ିଚାଲିଲା। ଯାହା ତାଙ୍କୁ ବହୁତ କଷ୍ଟ ଦେଲା। ସେ ଡାକ୍ତରଙ୍କ ନିକଟକୁ ଯାଇ ସମସ୍ତ ପରୀକ୍ଷା ନିରୀକ୍ଷା କରିବା ପରେ ଜଣାପଡ଼ିଲା ସେ ହାର୍ନିଆ ରୋଗରେ ପୀଡ଼ିତ।
ଏମ୍ଆରଆଇ ପରେ ଜଣାପଡ଼ିଥିଲା କି ତାଙ୍କର ଆପେଣ୍ଡିକ୍ସସାଇଟ୍ ଅଛି। ତାଙ୍କର ଅସ୍ତ୍ରୋପଚାର ରୋଥରହମ ହସ୍ପିଟାଲରେ ତିନିଥର ବନ୍ଦ ରଖାଯାଇଥିଲା କିନ୍ତୁ ତାଙ୍କର ଆପେଣ୍ଡିକ୍ସ ଫାଟି ଯାଇଥିଲା। ତାଙ୍କୁ ତୁରନ୍ତ ଅସ୍ତ୍ରୋପଚାର କରିବାକୁ ପଡ଼ିଲା। ଡାକ୍ତରମାନେ କହିଛନ୍ତି, ତାଙ୍କ ସ୍ବାସ୍ଥ୍ୟ ଏତେ ଖରାପ ହୋଇଯାଇଥିଲା ଯେ, ଅସ୍ତ୍ରୋପଚାର ସମୟରେ ବଞ୍ଚିବାର ଆଶା ବହୁତ କମ୍ ଥିଲା। ସୌଭାଗ୍ୟ ବଶତଃ ସେ ଜୀବନ ଫେରି ପାଇଛନ୍ତି।