Categories: ଫୁରସତ

ସିଂହକୁ ଗେଲ କରୁଥିଲେ ବ୍ୟକ୍ତି, ସିଂହ ଯାହା କଲା ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ଜଙ୍ଗଲର ରାଜା ଅର୍ଥାତ୍‌ ସିଂହ ହେଉଛି ସବୁଠାରୁ ଭୟଭୀତ ପ୍ରାଣୀ। ଯାହାକୁ ପ୍ରତ୍ୟେକ ଜୀବ ଭୟ କରନ୍ତି। କେହି ବି ସିଂହ ଆଗରେ ଠିଆ ହେବାକୁ ସାହସ କରିପାରିବେ ନାହିଁ। ମାତ୍ର ସୋସିଆଲ ମିଡିଆରେ ଆଜିକାଲି ଏମିତି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ବ୍ୟକ୍ତି ସିଂହକୁ ଗେଲ କରୁଛନ୍ତି। ଆଉ ସିଂହ ତାଙ୍କ ସହ ଯାହା କରୁଛି ସମ୍ପୂର୍ଣ୍ଣ ଭିଡିଓ ଦେଖିଲେ ହିଁ ଜାଣିବେ।

@african_animal ନାମକ ଏକ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏହି ଭିଡିଓଟି ଶେୟାର କରାଯାଇଛି।  ଏହି ଭିଡିଓରେ ଜଣେ ବ୍ୟକ୍ତି ସିଂହକୁ ଆଲିଙ୍ଗନ କରୁଛନ୍ତି। ଏଥିରେ କ୍ୟାପ୍‌ଶନ ଲେଖାଅଛି ‘ବନ୍ଧୁ, ଆମେ ଭେଟିବାର ବହୁତ ଦିନ ହେଲାଣି। ଆଉ ଗୋଟିଏ କଥା ଆଶ୍ଚର୍ଯ୍ୟଜନକ ଯେ, ବ୍ୟକ୍ତିଜଣକ କେବଳ ଗୋଟିଏ ସିଂହଙ୍କୁ ନୁହନ୍ତି, ତିନି ତିନୋଟି ସିଂହକୁ ଗେଲ କରୁଛନ୍ତି।

ଜଙ୍ଗଲରେ ଜଣେ ବ୍ୟକ୍ତି ସିଂହର ଏତେ ଯତ୍ନ ନେଉଛନ୍ତି ଦେଖିଲେ ଲାଗୁଛି ଯେମିତି ଦୁହିଁଙ୍କ ମଧ୍ୟରେ ପୁରୁଣା ବନ୍ଧୁତା ରହିଛି। ସିଂହ ମଧ୍ୟ ଉକ୍ତ ବ୍ୟକ୍ତିଙ୍କୁ ମଣିଷ ପରି ଗେଲ କରୁଛି। ସେହି ସମୟରେ ଆଉ ଏକ ସିଂହ ଏବଂ ସିଂହୀ ସେଠାକୁ ଆସୁଛନ୍ତି। ସେମାନେ ମଧ୍ୟ ସେହି ବ୍ୟକ୍ତିଙ୍କୁ ବହୁତ ଭଲ ପାଆନ୍ତି। ଏହି ବ୍ୟକ୍ତିଙ୍କ ନାମ ହେଉଛି ଡିନ୍‌ ସ୍ନିଡର୍‌। ଯିଏ ପଶୁ ଉଦ୍ଧାରକାରୀ। ଇନ୍‌ଷ୍ଟାଗ୍ରାମରେ ତାଙ୍କର କୋଟିଏରୁ ଅଧିକ ଫଲୋଅର୍ସ ଅଛନ୍ତି। ସେ ପ୍ରାୟତଃ ସିଂହମାନଙ୍କୁ ଭଲପାଉଥିବା ଏବଂ ଯତ୍ନ ନେଉଥିବା ଭିଡିଓ ପୋଷ୍ଟ କରନ୍ତି।

ଏହି ଭିଡିକୁ ୧୩ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ଅନେକ ୟୁଜର ସେମାନଙ୍କର ମନ୍ତବ୍ୟ ମଧ୍ୟ ଦେଇଛନ୍ତି। ଜଣେ ୟୁଜର କହିଛନ୍ତି, ଭୋକିଲା ହେଲେ କଣ ହେବ? ଆଉ ଜଣେ କହିଛନ୍ତି, ଏହି ବ୍ୟକ୍ତି ଯାଦୁକରୀ ଜୀବନ ବିତାଉଛନ୍ତି। ସେହିପରି ଅନ୍ୟ ଜଣେ ୟୁଜର କହିଛନ୍ତି, ଲାଗୁଛି ବ୍ୟକ୍ତି ଜଣକ ସିଂହର ଜଣେ ଅଂଶ। ଭିଡିଓଟି ଖୁବ୍‌ ଭାଇରାଲ ହେଉଛି।

Share