ଦୁନିଆରେ ବହୁତ କିଛି ଅଛି, ଯାହାକୁ ଆପଣ କଳ୍ପନା ମଧ୍ୟ କରିପାରିବେ ନାହିଁ। କିଛି ଲୋକ ଏପରି କରିଥାନ୍ତି ଯାହାକି ଅନ୍ୟମାନଙ୍କ ପାଇଁ ଚ୍ୟାଲେଞ୍ଜିଂ ହୋଇଥାଏ। ଏମିତି କିଛି ଭିନ୍ନ ଧରଣର କରି ରେକର୍ଡ କରିବାକୁ ଇଚ୍ଛା ପ୍ରକାଶ କରିଥାନ୍ତି। ଆଉ ଏଥିରେ ସଫଳ ମଧ୍ୟ ହୋଇଥାଏ। ଏହିପରି ବ୍ରିଟେନର ଜଣେ ବ୍ୟକ୍ତି ରୁଟି ଫିଙ୍ଗି ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି।
ବି୍ରିଟେନର ଅଲିଭର ମାଇଲ୍ସ ଗିନିଜ ଓ୍ବାଲର୍ଡ ରେକର୍ଡରେ ୯୦ ଫୁଟ ଉଚ୍ଚକୁ ରୁଟି ଫିଙ୍ଗି ନିଆରା ରେକର୍ଡ କରିଛନ୍ତି। ଯାହାକି ଆଶ୍ଚର୍ଯ୍ୟଜନକ। ଲକ୍ଡାଉନ୍ ସମୟରେ ଏହି ଧାରଣା ମାଇଲ୍ସଙ୍କ ମନକୁ ଆସିଲା। ସେ ଏପରି କରିବାକୁ ନିଷ୍ପତ୍ତି ନେଲେ। ୟୁଟ୍ୟୁବ୍ ଦେଖି ସେ ଏହି କୌଶଳ ଶିଖିଥିଲେ। ପ୍ରଥମେ ୩୦ ଫୁଟ ଉଚ୍ଚକୁ ରୁଟି ଫିଙ୍ଗିଥିଲେ। ପରେ ଏହାଠାରୁ କିପରି ଉଚ୍ଚକୁ ଫିଙ୍ଗିବେ ସେନେଇ କଳା କୌଶଳ ଜାରି ରଖିଲେ।
ଏବେ ସେ ଟର୍ଟିଲା ପକାଇ ରେକର୍ଡ କରିଛନ୍ତି। ଟର୍ଟିଲା ହେଉଛି ମେକ୍ସିକୋର ରୁଟି ପରି ଖାଦ୍ୟ ଯାହା ମଇଦାରୁ ତିଆରି। କିନ୍ତୁ ଏହା ଅପେକ୍ଷାକୃତ ଟିକେ ଟାଣ ଅଟେ। ଯେଉଁଥିପାଇଁ ଏହାକୁ ଫିଙ୍ଗିବାରେ ସାହାଯ୍ୟ କଲା। ଟର୍ଟିଲା ଥ୍ରୋର ପୁରୁଣା ରେକର୍ଡ । ଡେଭିଡ ରଷଙ୍କ ନାମରେ ଥିଲା। ଯିଏ ଏକ କ୍ରମିକ ରେକର୍ଡ ବ୍ରେକର୍। ଡେଭିଡ୍ ଗୋଟିଏ କି ଦୁଇଟି ନୁହେଁ, ୨୦୦ରୁ ଅଧିକ ଗିନିଜ ଓ୍ବାଲର୍ଡ ରେକର୍ଡ କରିଛନ୍ତି। ବର୍ତ୍ତମାନ ସେ ଏକ ମାରାଥନ ଦୌଡ଼ରେ ସର୍ବାଧିକ ୧୧୧ଟି-ଶର୍ଟ ପିନ୍ଧି ଏକ ନୂତନ ରେକର୍ଡ ସୃଷ୍ଟି କରିଥିଲେ।