Categories: ଜାତୀୟ

ଛୁଆଙ୍କ ଆଇସ୍‌ କ୍ରିମରେ ମିଶାଇ ଦେଲେ ମୂଷାମରା ଔଷଧ

ମୁମ୍ବାଇ,୩୦।୬: ସ୍ତ୍ରୀ ସହ ପାଟିତୁଣ୍ଡ ହେବା ପରେ ଜଣେ ବ୍ୟକ୍ତି ଛୁଆଙ୍କ ଆଇସ୍‌ କ୍ରିମ୍‌ରେ ମିଶାଇ ଦେଇଥିଲେ ମୂଷାମରା ଔଷଧ। ଏହି ଘଟଣାରେ ୫ ବର୍ଷୀୟ ଆଲିଶାନ ଅଲି ମହମ୍ମଦଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇ ଛୁଆଙ୍କ ଚିକିତ୍ସା ଚାଲିଥିବା ମୁମ୍ବାଇ ପୋଲିସ ପକ୍ଷରୁ ବୁଧବାର କୁହାଯାଇଛି। ଏହି ଜଘନ୍ନ୍ୟ କାଣ୍ଡ ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ ଅଭିଯୁକ୍ତଙ୍କ ସ୍ତ୍ରୀ। ଅଭିଯୁକ୍ତ ମହମ୍ମଦ ଅଲି ନୌଶାଦଙ୍କୁ ଗିରଫ କରାଯାଇ ତଦନ୍ତ ଚାଲିଥିବା ପୋଲିସ ପକ୍ଷରୁ କୁହାଯାଇଛି।

Share