ପଡ଼ୋଶିନୀଙ୍କୁ ବିଭତ୍ସ ହତ୍ୟା ପରେ ….

ଆମେରିକାର ଓକଲାହୋମା ରାଜ୍ୟର ଚିକାଶା ଅଞ୍ଚଳରୁ ସାମ୍ନାକୁ ଆସିଛି ଏକ ନୃସଂଶ ଘଟଣା। ଜଣେ ବ୍ୟକ୍ତି ପଡ଼ୋଶିନୀଙ୍କୁ ହତ୍ୟା କରିବା ପରେ କଲିଜାକୁ ରୋଷେଇ କରି ଖାଇଦେଇଛନ୍ତି। କେବଳ ଏତିକି ନୁହେଁ ନିଜ ପରିବାର ସଦସ୍ୟଙ୍କୁ ମଣିଷ କଲିଜା ଖୁଆଇବା ପରେ ୨ ଜଣଙ୍କୁ ହତ୍ୟା କରିଥିବା ଅଭିଯୋଗ ଆସିଛି।

ଅଭିଯୁକ୍ତଙ୍କ ନାମ ଲରେନ୍ସ ପଲ ଆଣ୍ଡ୍ରେସନ। ଚଳିତ ମାସ ୯ ତାରିଖରେ ପଡୋଶୀ ଆଣ୍ଡ୍ରେଆ ଲିନ୍ନ ବ୍ଲାଙ୍କେନଶିପଙ୍କ ଘରେ ପଶି ଛୁରୀରେ ଆକ୍ରମଣ କରି ତାଙ୍କୁ ହତ୍ୟା କରିଥିଲେ। ଏହାପରେ ଘରକୁ ଫେରି ନିଜ ଅଙ୍କଲ ଓ ନାତୁଣିଙ୍କୁ ହତ୍ୟା କରିଥିଲେ ୪୨ ବର୍ଷୀୟ ଆଣ୍ଡ୍ରେସନ। ସୂଚନା ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲା ପୋଲିସ। ଗୁରୁତର ଥିବା କାୟୋସ ଏଟସ୍‌ଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ। କିନ୍ତୁ ମେଡିକାଲରେ ହିଁ ସେ ଶେଷ ନିଶ୍ୱାଃସ ତ୍ୟାଗ କରିଥିବା ପୋଲିସ ପକ୍ଷରୁ କୁହାଯାଇଛି। ଅଭିଯୁକ୍ତ ଜଣଙ୍କ ନିଜ ଖୁଡିଙ୍କ ଦୁଇ ଆଖିରେ ଛୁରା ଘାତ ଦେଇଥିଲେ। ତେବେ ସେ ବର୍ତ୍ତି ଯାଇଛନ୍ତି।

ପଚରାଉଚରା ବେଳେ ଅଭିଯୁକ୍ତ ଆଣ୍ଡ୍ରେସନ ପଡ଼ୋଶିନୀ ଙ୍କ ଛାତି ଚିରି କଲିଜା ବାହାର କରିବା ପରେ ଆଳୁ ସହ ରୋଷେଇ କରି ଖାଇଯାଇଥିବା ପ୍ରକାଶ କରିଛି। ଆଉ ପରିବାର ସଦସ୍ୟଙ୍କୁ ହତ୍ୟା କରିବା ପୂର୍ବରୁ ଏହାକୁ  ଖାଇବାକୁ ଦେଇଥିଲେ।

Share