ବାଲେଶ୍ୱର ଅଫିସ, ୨୬।୯- ଆଜିବି ଅନ୍ଧବିଶ୍ୱାସ ଗଳିରେ ମଣିଷ। ଏଭଳି ଏକ ଘଟଣା ବାଲେଶ୍ୱର ଜିଲାର ଜଳେଶ୍ବର ବ୍ଲକରେ ଦେଖିବାକୁ ମିଳିଛି। ଏଠାରେ ବିଷାକ୍ତ ସାପ କାମୁଡିବା ପରେ ଜଣେ ବ୍ୟକ୍ତିଙ୍କୁ ହସ୍ପିଟାଲ ନିଆଯାଇଥିଲେ ହେଁ ସେଠାରେ ତାଙ୍କୁ ଝଡାଫୁଙ୍ଖା କରାଯାଉଥିବା ଦେଖିବାକୁ ମିଳିଛି।
କିଛି ଦିନ ତଳେ ବାଲିଆପାଳ ବ୍ଲକ ଅନ୍ତର୍ଗତ କୁଲହାଚଡ଼ ଗ୍ରାମର ଜଣେ ଯୁବକକୁ ସାପ କାମୁଡ଼ି ଥିଲା। ପରିବାର ଲୋକ ତୁରନ୍ତ ତାଙ୍କୁ ବାଲିଆପାଳ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ହେଲେ ଡାକ୍ତର ଉକ୍ତ ରୋଗୀଙ୍କୁ ରୋଗୀକୁ କଟକ ବଡ଼ ଡାକ୍ତରଖାନାକୁ ପଠାଇଥିଲେ। ମାତ୍ର ହସ୍ପିଟାଲର କର୍ମଚାରୀ ସାପ କାମୁଡି ଥିବା ରୋଗୀକୁ ଝଡାଫୁଙ୍କା କରିବା ସହିତ ଅରଖ ଗଛର କ୍ଷୀର ଲଗାଉଥିବାର ଏକ ଭିଡିଓ ଭାଇରାଲ ହେବା ପରେ ଚିକିତ୍ସାକୁ ନେଇ ପ୍ରଶ୍ନ ଉଠିଛି।