Categories: ଜାତୀୟ

ବିମାନର ଉଡାଣବେଳେ ଏମରଜେନ୍ସି ଗେଟ୍‌ ଖୋଲିଲେ ଯାତ୍ରୀ

ନୂଆଦିଲ୍ଲୀ,୧୫।୭: ହାଇଦ୍ରାବାଦରୁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ବିମାନରେ ଜଣେ ୪୦ ବର୍ଷିୟ ଯାତ୍ରୀ ଫୁରକାନ ହୁସେନ ବିମାନ ଉଡ଼ାଣ ସମୟରେ ବିମାନର ଜରୁରୀକାଳୀନ ପ୍ରବେଶ ଦ୍ୱାରର କଭର ଖୋଲିଥିବାର ଅଭିଯୋଗ ହୋଇଛି। ଦିଲ୍ଲୀ ବିମାନବନ୍ଦର ସୂତ୍ରରୁ ଏହି ସୂଚନା ଦିଆଯାଇଛି। ଜୁଲାଇ ୮ ତାରିଖ ୬ଇ ୫୬୦୫ ବିମାନରେ ଏହି ଘଟଣା ଘଟିଛି। ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିବା ପରେ ଅଭିଯୁକ୍ତଙ୍କୁ ସୁରକ୍ଷା କର୍ମୀଙ୍କୁ ହସ୍ତାନ୍ତର କରାଯାଇଥିଲା। ଅଭିଯୁକ୍ତଙ୍କ ବିରୋଧରେ ଏଫଆଇଆର୍‌ ପଞ୍ଜିକୃତ ହୋଇଛି। ସୂତ୍ରରୁ ପ୍ରକାଶ ଯେ ଯାତ୍ରୀଙ୍କ ଦୁର୍ବ୍ୟବହାର ଯୋଗୁଁ ବିମାନରେ ଥିବା ଅନ୍ୟ ଯାତ୍ରୀ ଏବଂ କର୍ମଚାରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା।

Share