Categories: ଫୁରସତ

ଅନଲାଇନ୍‌ରେ ଗ୍ରୋସରୀ ସାମଗ୍ରୀ ମଗାଇଥିଲେ ବ୍ୟକ୍ତି; ପ୍ୟାକେଟ୍‌ ଭର୍ତ୍ତି ମଳ ପଠାଇଲା କମ୍ପାନୀ; ପୁରା ଘଟଣା ଜାଣିଲେ…

ଆଜିକାଲି ସମୟରେ ଅନଲାଇନରେ ସାମଗ୍ରୀ କିଣିବା ସାଧାରଣ କଥା। ହେଲେ ଅନେକ ଥର ମଗାଇଥିବା ସାମଗ୍ରୀ ବଦଳରେ ଭିନ୍ନ ଜିନିଷ ହସ୍ତଗତ ହୋଇଥାଏ। ଏହାର ଅନେକ ନଜିର ରହିଛି। ଏବେ ବ୍ରିଟେନରେ ଏଭଳି ଏକ ମାମଲା ସାମ୍ନାକୁ ଆସିଛି, ଯାହାକୁ ଜାଣିଲେ ଆପଣ ଚକିତ ହେବେ। ସେଠାରେ ରହୁଥିବା ଜଣେ ବ୍ୟକ୍ତି ଗ୍ରୋସରୀ ସାମଗ୍ରୀ ମଗାଇଥିଲେ। ହେଲେ କମ୍ପାନୀ ତାଙ୍କୁ ମଣିଷ ମଳ ପଠାଇଦେଇଥିଲା। ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ପୁରା ଘଟଣା କିଛି ଏଭଳି। ଇଂଲଣ୍ଡର ବ୍ଲାକବର୍ନରେ ରହୁଥିବା ୫୫ ବର୍ଷୀୟ ସ୍ମିଥ୍‌ ୧୫ ହଜାର ଟଙ୍କା ମୂଲ୍ୟ ଦେଇ ଗ୍ରୋସରୀ ମଗାଇଥିଲେ। ତାଙ୍କ ପାଖରେ ଖାଦ୍ୟ ସାମଗ୍ରୀ ଶେଷ ହୋଇ ଯାଇଥିବାରୁ ସେ ବେଶ ଉତ୍ସୁକତାର ସହ ତାକୁ ଅପେକ୍ଷା କରିଥିଲେ। ହେଲେ ଯେତେବେଳେ ପାର୍ସଲ ଆସିଥିଲା ସେ ହତବାକ ହୋଇଯାଇଥିଲେ। କାରଣ ଦୁର୍ଗନ୍ଧରେ ତାଙ୍କ ଘର ଫାଟି ପଡ଼ିଥିଲା। ସେ ତର୍ଜମା କରିବା ପରେ ପ୍ୟାକେଟ ଭର୍ତ୍ତି ମଣିଷ ମଳ ବୋଲି ଜାଣିପାରିଥିଲେ।

ସ୍ମିଥ୍‌ କୁହନ୍ତି, ମୋତେ ୨ ପ୍ୟାକେଟ ହସ୍ତଗତ ହୋଇଥିଲା। ସବୁଥିରେ ମଳ ରହିଥିଲା। ଏହାପରେ ମୁଁ କମ୍ପାନୀକୁ ଫୋନ କରି ଘରକୁ ସଫା କରିବାକୁ କହିଥଇଲି। ଏପରିକି ତାଙ୍କୁ ଟଙ୍କା ଫେରସ୍ତ କରାଯାଉ ବୋଲି ଦାବି କରିଥିଲି। ହେଲେ ତାହା ସମୟରେ ହୋଇ ନ ଥିବାରୁ ସେ ନିରାଶ ହୋଇଛନ୍ତି।

Share