Categories: ଫୁରସତ

ଫଟୋ ଉଠାଉଥିବା ବେଳେ, ପଛରୁ ଆସିଲା ଚିତା, ଦେଖି ଟାଙ୍କୁରି ଉଠିବ ଲୋମ

ପ୍ରତ୍ୟୋକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଭାଇରାଲ ହେଉଛି। ଯାହା ହସର ଖୋରାକ ଯୋଗାଉ ଥିବାବେଳେ ବେଳେବେଳେ ଆଶ୍ଚର୍ଯ୍ୟ କରିଦେଲା ଭଳି ଲାଗେ।
ବର୍ତ୍ତମାନ ଟୁଇଟର(ଏକ୍ସ)ରେ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁ ଭିଡିଓରେ ଜଣେ ବ୍ୟକ୍ତିଙ୍କୁ କାନ୍ଥକୁ ଲାଗି ଛିଡା ହୋଇ ଫଟୋ କ୍ଲିକ୍‌ କରୁଥିବା ଦେଖିବାକୁ ମିଳୁଛି। ଏହି ସମୟରେ ପଛରୁ ଏକ ଚିତାବାଘ ଆସି ତାଙ୍କ ଉପରକୁ ଡେଉଁଛି। ତେବେ କଳା ଚିତାବାଘକୁ ଭୟ କରିବା ପରିବର୍ତ୍ତେ ବ୍ୟକ୍ତି ତାଙ୍କୁ ବନ୍ଧୁ କରିବା ଏବଂ ତାଙ୍କୁ ସ୍ନେହରେ ଚୁମ୍ବନ ଦେଉଥିବା ଦେଖିବାକୁ ମିଳିଛି। ଏହି ଦୃଶ୍ୟ ଦେଖି ଲୋମ ଟାଙ୍କୁରି ଉଠିବ।
ଭାଇରାଲ ଭିଡିଓ ଟୁଇଟର (ଏକ୍ସ) (@ ବି-ଏସ୍‌) ଆକାଉଣ୍ଟରେ ଶେୟାର କରାଯାଇଛି। କ୍ୟାପଶନରେ ଲେଖା ଅଛି-ଚିତାବାଘ ଜଣଙ୍କୁ ସ୍ନେହରେ ଚୁମ୍ବନ ଦେଲା। ତେବେ ଭିଡିଓକୁ ଦେଖିଲେ ଏହା କିଛି ପ୍ରାଣୀ ଉଦ୍ୟାନରୁ ଆସିଛି। ତଥାପି, ଏ ବିଷୟରେ କିଛି ସ୍ପଷ୍ଟ ଭାବରେ କୁହାଯାଇପାରିବ ନାହିଁ ।

Share