ଆଜିକାଲିର ସମୟରେ ଅନଲାଇନରେ ଶପିଂ କରିବା ସାଧାରଣ କଥା। ଏହାଦ୍ୱାରା ବ୍ୟସ୍ତବହୁଳ ଜୀବନରେ ସବୁକିଛି ଲୋକେ ହାତ ପାହାନ୍ତାରେ ପାଇଯାଉଛନ୍ତି। ହେଲେ ବେଳେବେଳେ କିଛି ଲୋକ ଠକାମୀର ଶିକାର ହେଉଛନ୍ତି। ଏଭଳି ଏକ ଘଟଣା ଜଣେ ‘ଏକ୍ସ’ ବ୍ୟବହାରକାରୀଙ୍କ ସହ ଘଟିଛି। ସେ ଏବେ ନିଜର ଦୁଃଖ ସମସ୍ତଙ୍କ ସହ ବାଣ୍ଟିଛନ୍ତି।
ପୋଷ୍ଟ ମୁତାବକ, ବ୍ୟକ୍ତିଜଣଙ୍କ ସୋନିର ହେଡ୍ଫୋନ୍ ମଗାଇଥିଲେ। ଏହାର ମୂଲ୍ୟ ୨୦ହଜାର ଟଙ୍କା ଥିଲା। ହେଲେ ଡେଲିଭର ହେବା ପରେ ସେ ପ୍ୟାକେଟ ଖୋଲି ଯାହା ଦେଖିଲେ ବିଶ୍ୱାସ କରିପାରି ନ ଥିଲେ। କାରଣ ତାଙ୍କୁ ହେଡଫୋନ ବଦଳରେ ଏକ ଟୁଥ୍ପେଷ୍ଟ ମିଳିଥିଲା। ଏହା ଦେଖି ତାଙ୍କ ମୁଣ୍ଡ ଖରାପ ହୋଇଯାଇଥିଲା।
ସେ ପ୍ୟାକେଟଟିକୁ ଖୋଲିବା ସମୟରେ ଭିଡିଓ କରିଥିଲେ। ଏବେ ସେ ତାକୁ ଶେୟାର କରିବା ପରେ ଭାଇରାଲ ହେଉଛି।
ଦେଖନ୍ତୁ ଭିଡିଓ: