Posted inଫୁରସତ

ଅନଲାଇନ୍ ଅର୍ଡର କଲେ ପ୍ରେସର କୁକର: ୨ ବର୍ଷ ପରେ ଆସି ପହଞ୍ଚିଲା

ନୂଆଦିଲ୍ଲୀ: ଇ-କମର୍ସ ପ୍ଲାଟ୍‌ଫର୍ମ ଆମାଜନରେ ଜୟ ନାମକ ଜଣେ ଯୁବକ ୨୦୨୨ ଅକ୍ଟୋବର ୧ରେ ଏକ ପ୍ରେସର କୁକର ଅର୍ଡର ଦେଇଥିଲେ। ତେବେ ଦୀର୍ଘ ୨ ବର୍ଷ ପରେ ଉକ୍ତ ପ୍ରେସର କୁକରଟି ଆସି ଶନିବାର ଜୟଙ୍କ ନିକଟରେ ଡେଲିଭରି ହୋଇଛି। ଏନେଇ ଜୟ ମାଇକ୍ରୋବ୍ଲଗିଂ ପ୍ଲାଟ୍‌ଫର୍ମ ଏକ୍ସ’ରେ ଏକ ପୋଷ୍ଟ କରି କହିଛନ୍ତି, ସେ ୨୦୨୨ରେ ଆମାଜନରୁ ଗୋଟିଏ ପ୍ରେସର କୁକର ଅର୍ଡର କରିଥିଲେ।

ତେବେ ଦିନକ ପରେ ଉକ୍ତ ଅର୍ଡରକୁ ସେ କ୍ୟାନସଲ କରିଥିଲେ। ଉକ୍ତ ପ୍ରେସର କୁକରର ଦାମ ରହିଥିବା ୧୭୦୦ ଟଙ୍କା ମଧ୍ୟ ତାଙ୍କୁ ଫେରସ୍ତ ମିଳିଥିଲା। ଦୀର୍ଘ ୨ ବର୍ଷ ତଳର ଉକ୍ତ ଅର୍ଡରଟି ବାତିଲ ହୋଇ ସାରିଥିଲେ ମଧ୍ୟ, ପୁଣି କିଭଳି ତାଙ୍କୁ ଡେଲିଭରି ହେଲା ସେନେଇ ଜୟ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଦୀର୍ଘ ସମୟର ଅପେକ୍ଷା ପରେ ଏହି ପ୍ରେସର କୁକରଟି ତାଙ୍କ ନିକଟରେ ପହଞ୍ଚିଛି।

ତେଣୁ ଏହା ତାଙ୍କ ପାଇଁ ଏକ ବିଶେଷ ପ୍ରେସର କୁକର ବୋଲି ଜୟ କହିଛନ୍ତି। ଜୟ ଆହୁରି କହିଛନ୍ତି, ସେ ଅର୍ଡର କରିଥିବା କୁକରର ସମସ୍ତ ଟଙ୍କା ଫେରସ୍ତ ପାଇ ସାରିଛନ୍ତି। ବର୍ତ୍ତମାନ ତାଙ୍କୁ କୌଣସି କୁକର ଦରକାର ନ ଥିଲା। ତେଣୁ ଏବେ ତାଙ୍କ ନିକଟରେ ପହଞ୍ଚିଥିବା ପ୍ରେସର କୁକର ପାଇଁ ସେ କାହିଁକି ପୁନଶ୍ଚ ଟଙ୍କା ପୈଠ କରିବେ, ସେନେଇ ଜୟ ଆମାଜନ ଇଣ୍ଡିଆକୁ ଟ୍ୟାଗ୍‌ କରି ପ୍ରଶ୍ନ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ ଆସୁଛି କି ସାପ ସ୍ବପ୍ନ, ନାଗ ଦେଖୁଥିଲେ…

ପ୍ରତ୍ୟେକ ବ୍ୟକ୍ତି ଶୋଇଥିବା ବେଳେ ନିଦରେ ସ୍ବପ୍ନ ଦେଖିଥାନ୍ତି। ବିଶ୍ୱାସ କରାଯାଏ କି, ଏହି ସ୍ବପ୍ନ ଭବିଷ୍ୟତରେ ଘଟିବାକୁ ଥିବା ଘଟଣା ସମ୍ପର୍କରେ ଆମକୁ କିଛି...

ବିଶ୍ୱର ସବୁଠୁ ଶୂନ୍‌ଶାନ ଦେଶ କିଏ ଜାଣନ୍ତି

ଦୁନିଆରେ ଏକ ଶୂନ୍‌ଶାନ ଦେଶ ଅଛି। ଏହା ଟିକେ ଅଜବ ଲାଗୁଥାଇପାରେ, କିନ୍ତୁ ଏହା ସତ୍ୟ। ମଙ୍ଗୋଲିଆ ଶୂନ୍‌ଶାନ ଦେଶ ଭାବେ ଜଣାଶୁଣା। ଏହି ଦେଶର...

କିପରି ମଦ ପିଇବା ପରେ ସତ କୁହନ୍ତି ଲୋକେ, ରିସର୍ଚ୍ଚରେ ବଡ଼ ଖୁଲାସା

ନୂଆଦିଲ୍ଲୀ,୧୩।୯: ସାରା ବିଶ୍ୱରେ ଧୀରେ ଧୀରେ ମଦ୍ୟପାନ କରୁଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଛି। କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ଲୋକମାନେ ମଦ୍ୟପାନ...

ଜାତୀୟ ଏକତାକୁ ମଜଭୁତ କରେ ହିନ୍ଦୀ ଭାଷା

ହିନ୍ଦୀ ଭାଷା ଆମ ଦେଶର ସରକାରୀ ଭାଷା ମଧ୍ୟରୁ ଅନ୍ୟତମ। ବର୍ତ୍ତମାନ ଇଂରାଜୀ ଏବଂ ମାଣ୍ଡାରିନ ପରେ ହିନ୍ଦୀ ହେଉଛି ବିଶ୍ୱର ତୃତୀୟ ସର୍ବାଧିକ କଥିତ...

୭ ମାସରେ କମାଇଲେ ୧୧୩ କେ.ଜି. ଓଜନ

ୱାଶିଂଟନ: ୟୁଟ୍ୟୁବର ନିକୋକାଡୋ ଆଭୋକାଡୋ ମାତ୍ର ୭ ମାସ ମଧ୍ୟରେ ନିଜର ୧୧୩ କିଲୋଗ୍ରାମ ଓଜନ ହ୍ରାସ କରି ସମସ୍ତଙ୍କୁ ଚକିତ କରିଛନ୍ତି। ସେ ତାଙ୍କର...

ଗୁମ୍ଫା ଭିତରେ ରହସ୍ୟମୟ ସେତୁ

ମାଡ୍ରିଡ୍‌: ସ୍ପେନ୍‌ର ମାଲୋର୍କା ଦ୍ୱୀପରେ ଥିବା ଜେନୋଭେସା ଗୁମ୍ଫାର ଗଭୀରରେ ପୋତି ହୋଇ ରହିଥିବା ଏକ ପ୍ରାଚୀନ ସେତୁକୁ ନେଇ ଜର୍ନାଲ କମ୍ୟୁନିକେଶନ ଆର୍ଥ୍‌ ଆଣ୍ଡ୍‌ ଏନ୍‌ଭାଇରନ୍‌ମେଣ୍ଟ...

ସ୍ତ୍ରୀଙ୍କ ପାଖରେ ଥିଲେ ଏହି ୪ ଗୁଣ, ଭାଗ୍ୟବାନ ହେବେ ସ୍ବାମୀ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ମାଧ୍ୟମରେ ଚନ୍ଦ୍ରଗୁପ୍ତଙ୍କୁ ଅଖଣ୍ଡ ଭାରତର ସମ୍ରାଟ କରିଥିଲେ। ଯଦି ଜଣେ ବ୍ୟକ୍ତି ତାଙ୍କର ନୀତିକୁ ଅନୁସରଣ କରନ୍ତି ତେବେ ସେ...

ଲଣ୍ଡନରୁ ଭିଡିଓ ପଠାଇ ଛାଡ଼ପତ୍ର ଦେଲେ ଏନଆର୍‌ଆଇ ସ୍ବାମୀ, ଜାଣନ୍ତୁ କେମିତି…

ବର୍ତ୍ତମାନ ବିବାହ ଏବଂ ବିଚ୍ଛେଦ ଏକ ସଧାରଣ କଥା। ସ୍ତ୍ରୀ ସ୍ବାମୀଙ୍କ ମଧ୍ୟରେ ମନାନ୍ତର ମତାନ୍ତର ହେଲେ ସୋମାନେ କୋର୍ଟ ଯାଇ ଛାଡପତ୍ର  ନେଉଛନ୍ତି।  ମାତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri