Categories: ଜାତୀୟ

ଅନଲାଇନରୁ ଅର୍ଡର କଲେ ଲକ୍ଷେ ଟଙ୍କାର ସୋନି ଟିଭି ହେଲେ ପ୍ୟାକେଟ ଦେଖି ଉଡିଗଲା ହୋସ୍‌

ନୂଆଦିଲ୍ଲୀ, ୨୬।୧୦: ଅନଲାଇନ ସପିଂବେଳେ ଆପଣଙ୍କୁ ବିଭିନ୍ନ ପ୍ରକାର ଅସୁବିଧାର ସାମ୍ନା କରିବାକୁ ପଡୁଥିବ। କତେବେଳେ ଡିଫେକ୍ଟ ପ୍ରଡକ୍ଟ ମିଳୁଥିବ ତ କେତେବେଳେ ଅର୍ଡର କରୁଥିବା ଜିନିଷ ହିଁ ପ୍ୟାକେଟରେ ନ ଥିବ। ତେବେ ନିକଟରେ ଜଣେ ବ୍ୟକ୍ତି ଅନଲାଇନରେ ଟିଭି ଅର୍ଡର କରି ଏପରି କିଛି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

ବ୍ୟକ୍ତିଜଣକ ଅନଲାଇନ ସପିଂ ସାଇଟ ଫ୍ଲିପକାର୍ଟରେ ସୋନି ଟିଭି ଅର୍ଡର କରିଥିଲେ। କିନ୍ତୁ ପ୍ରଡକ୍ଟ ଯେତେବେଳେ ରିସିଭ କରିଥିଲେ ସେଥିରୁ ଥମସନ ଟିଭ ବାହାରିଥିଲା। ଏପରି ଦେଖି ଗ୍ରାହକଜଣକ ସୋସିଆଲ ମିଡିଆରେ ଫଟୋ ଶେୟାର କରିଛନ୍ତି।

ସେ ଲେଖିଛନ୍ତି, ଫ୍ଲିପକାର୍ଟରୁ ଅକ୍ଟୋବର ୭ରେ ସୋନି ଟିଭି ଅର୍ଡର କରିଥିଲେ । ୧୦ରେ ସେ ପ୍ରଡକ୍ଟ ରିସିଭ କରିଥିଲେ । ଟିଭି ଇନଷ୍ଟଲ କରିବା ଲାଗି ୧୧ ତାରିଖରେ ସୋନି କମ୍ପାନୀର କର୍ମଚାରୀ ଆସିଥିସିବା ବେଳେ ଅନବକ୍ସିଂ ବେଳେ ବକ୍ସରୁ ଥମସନ ଟିଭି ବାହାରିଥିଲା । ଏପରିକି ବକ୍ସ ମଧ୍ୟରୁ ରିମୋର୍ଟ ଓ ଇନଷ୍ଟଲେସନ ସାମଗ୍ରୀ ମଧ୍ୟ ମିଳି ନ ଥିଲା । ଏନେଇ ତୁରନ୍ତ ଗ୍ରାହକ ଜଣଙ୍କ ଫ୍ଲିପକାର୍ଟକୁ ଜଣାଇଥିଲେ । ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ ଫ୍ଲିପକାର୍ଟ ତାଙ୍କ କ୍ୱରି ସୋଲଭ କରିବା କରିବା ପାଇଁ ତାରିଖ ଘୁଞ୍ଚାଇ ଚାଲିଥିଲା।

ଟିଭିରେ ବିଶ୍ୱବିକପ ମ୍ୟାଚ ଦେଖିବା ଲାଗି ସେ ବିଗ୍‌ ବିଲିଅନ ଡେଜ ସେଲକୁ ଅପେକ୍ଷା କରିଥିଲେ । ସେଲରେ ଲକ୍ଷେ ଟଙ୍କାର ସୋନି ଟିଭି ଅର୍ଡର କରିଥିଲେ । କିନ୍ତୁ ପ୍ୟାକେଟରୁ ଯେତେବେଳେ ଅନ୍ୟ ଏକ କମ୍ପାନୀ ଓ କମ୍‌ ଦାମର ଟିଭି ବାହାରିଲା ସେ ଆଶ୍ଚର୍ଯ୍ୟ ହୋଇଗଲେ। ତେବେ ଫ୍ଲିପକାର୍ଟ ଏପର୍ଯ୍ୟନ୍ତ ସେହି ଟଭି ଫେରସ୍ତ ନେଇ ନ ଥିବା ସେ ଅଭିଯୋଗ କରିଛନ୍ତି।

Share