ଆଜିକାଲି ସୋସିଆଲ ମିଡିଆରେ ସାଧାରଣଜନତାଙ୍କଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ସକ୍ରିୟ ରହୁଛନ୍ତି। ଅନେକ ଭାରତୀୟ ବନସେବା ଅଧିକାରୀଙ୍କ ନାମ ମଧ୍ୟ ଏହି ତାଲିକାରେ ରହିଛି। ସେମାନେ ପ୍ରାୟତଃ ଜଙ୍ଗଲ ଦୁନିଆ ବିଷୟରେ ଅବଗତ କରାଇଥାନ୍ତି। ଏହି କ୍ରମରେ ଜଣେ ଆଇଏଫଏସ୍ ଅଫିସର ସାପ ଉଦ୍ଧାର ବେଳର ଏକ ଭିଡିଓ ଶେୟାର କରିଛନ୍ତି। ଏହାକୁ ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ। ଭିଡିଓଟି ଏବେ ବେଶ ଭାଇରାଲ ହେଉଛି।
ଭିଡିଓରେ ଦେଖାଯାଉଛି, ଜଣେ ବ୍ୟକ୍ତି ଛୋଟ ଭାବି ଏକ ସାପକୁ ଉଦ୍ଧାର କରିବାକୁ ଚେଷ୍ଟା କରୁଥିଲେ। ବ୍ୟକ୍ତିଜଣଙ୍କ ସାପର ଲାଞ୍ଜ ଧରି ବାହାରକୁ ଆଣୁଥିଲେ। ହେଲେ ସାପଟି ବାହାରକୁ ଆସିବା ପରେ ହୋସ୍ ଉଡିଯାଇଥିଲା। କାରଣ ସେ ସାଧାରଣ ସାପ ନ ଥିଲା। ଏକ କିଙ୍ଗ୍ କୋବ୍ରା(ଅହିରାଜ) ଥିଲା। ଏହା ଦେଖି ସେ ଚମକି ପଡ଼ିବା ସହ ଛିଡ଼ା ହୋଇ ରହିଥିଲେ।
ଭିଡିଓ ଦେଖନ୍ତୁ:
How not to rescue a snake. Especially if it’s a king cobra. Via @judedavid21 pic.twitter.com/yDJ5bLevQf
— Parveen Kaswan (@ParveenKaswan) September 7, 2021
ରିପୋର୍ଟ ଅନୁଯାୟୀ, ବ୍ୟକ୍ତିଜଣଙ୍କ ହେଲେ କର୍ଣ୍ଣାଟକର ଦକ୍ଷିଣ କନ୍ନଡ଼ ଜିଲାରେ ଥିବା ବେଲ୍ଟଙ୍ଗାଡ଼ିର ଅଶୋକ । ସେ ଜଣେ ସାପଧରାଳି। ହେଲେ ସେ ପ୍ରଥମେ ସାପକୁ ଚିହ୍ନିବାରେ ଭୁଲ କରିଥିଲେ। ଭାରତୀୟ ବନ ସେବା ଅଧିକାରୀ ପ୍ରବୀଣ କାସଓ୍ବାନ୍ ଟୁଇଟରରେ ଏହାର ଭିଡିଓକୁ ଶେୟାର କରିଥିଲେ। ଏହାକୁ ହଜାର ହଜାର ଲୋକ ପସନ୍ଦ କରିଛନ୍ତି। କିଛି ଲୋକ ଭାଗ୍ୟ ଭଲ ସେ ବଞ୍ଚିଗଲେ ବୋଳି ମନ୍ତବ୍ୟ ମଧ୍ୟ ଦେଉଥିବା ଦେଖାଯାଉଛି।