Categories: ଜାତୀୟ

ଦକ୍ଷିଣ ଆଫ୍ରିକାରୁ ମହାରାଷ୍ଟ୍ର ଆସିଥିବା ଜଣେ ବ୍ୟକ୍ତି କରୋନା ପଜିଟିଭ

ମୁମ୍ବାଇ,୨୯ ।୧୧: ଦକ୍ଷିଣ ଆଫ୍ରିକାରେ ପ୍ରଥମଥର ପାଇଁ ଦେଖାଦେଇଥିବା କରୋନା ଭାଇରସର ‘ଓମିକ୍ରନ୍‌’ ଭାରିଏଣ୍ଟ ଏବେ ଗୋଟିଏ ପରେ ଗୋଟିଏ ଦେଶକୁ ବ୍ୟାପିବାରେ ଲାଗିଛି । ଯାହା ବିଶ୍ୱବାସୀଙ୍କ ନିଦ ହଜାଇ ସାରିଲାଣି । ଇତିମଧ୍ୟରେ ଦକ୍ଷିଣ ଆଫ୍ରିକାରୁ ମହାରାଷ୍ଟ୍ର ଆସିଥିବା ଜଣେ ବ୍ୟକ୍ତି କରୋନାରେ ପୀଡିତ ଥିବା ଜଣାପଡିଛି । ତାଙ୍କର ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ତେବେ ସେ ଓମିକ୍ରନ୍ ଭାରିଏଣ୍ଟ ଦ୍ୱାରା ସଂକ୍ରମିତ କି ନା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ତାଙ୍କୁ ଆଇସୋଲେଶନରେ ରଖାଯାଇଛି । ସୂଚନାଯୋଗ୍ୟ, କୋଭିଡ-୧୯ର ଏହି ନୂଆ ଭାରିଏଣ୍ଟ ବି୧.୧.୫୨୯ ପ୍ରଥମେ ଗତ ସପ୍ତାହରେ ଦକ୍ଷିଣ ଆଫ୍ରିକାରେ ଦେଖାଯାଇଥିଲା । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ) ଏହାକୁ ଚିନ୍ତାଜନକ ବୋଲି ଘୋଷଣା କରିବା ସହ ଏହାର ନାମ ‘ଓମିକ୍ରନ’ ଦେଇଥିଲା ।

Share