Categories: ଜାତୀୟ

ଭାରତରେ ହେଲା ସ୍ବାମୀଙ୍କ ମୃତ୍ୟୁ, ଚାଇନାରେ ଥାଇ ଭିଡିଓ କଲ୍‌ରେ ଅନ୍ତିମ ସଂସ୍କାର କଲେ ସ୍ତ୍ରୀ

ଭୋପାଳ,୨୧।୪।: ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ସଫ୍ଟଓ୍ବେୟାର ଇଞ୍ଜିନିୟରଙ୍କର କରୋନାରେ ମୃତ୍ୟୁ ଘଟିଛି। ମନୋଜ ଶର୍ମା ନାମକ ଏହି ବ୍ୟକ୍ତି ଜଣଙ୍କ ଚାଇନାର ଏକ ବ୍ୟାଙ୍କ୍‌ରେ କାମ କରୁଥିଲେ। ୧୨ ଦିନ ପର୍ଯ୍ୟନ୍ତ କରୋନା ସହ ସଂଗ୍ରାମ କରିବା ପରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି। ନିକଟରେ ତାଙ୍କ ପିତା ମଧ୍ୟ କରୋନାରେ ପ୍ରାଣ ହରାଇଥିଲେ। ମା’ଙ୍କ ଦେଖାଶୁଣା କରିବା ପାଇଁ ମନୋଜ ଭାରତ ଆସିଥିଲେ। କିଛିଦିନ ପୂର୍ବରୁ ସେ ତାଙ୍କ ସ୍ତ୍ରୀ ଏବଂ ପିଲାଙ୍କୁ ଚାଇନା ପଠାଇ ଦେଇ ନିାଜ ଭାରତରେ ରହିଯାଇଥିଲେ। ଏହି ସମୟରେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଶରୀର ଅଧିକ ଅସୁସ୍ଥ ଲାଗିବାରୁ ତାଙ୍କୁ ଇନ୍ଦୋରର ଅରବିନ୍ଦୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୧୨ ଦିନ ପରେ ସେ ଜୀବନ ହାରିଛନ୍ତି। ଚାଇନାରେ ରହିଥିବା ତାଙ୍କ ସ୍ତ୍ରୀଙ୍କୁ ମନୋଜଙ୍କ ମୃତ୍ୟୁ ହେବା ନେଇ ସୂଚନା ଦିଆଯାଇଥିଲା। ଏହା ଜାଣିବା ପରେ ସମାଜସେବୀ ସଂଗଠନ ସହ ଯୋଗାଯୋଗ କରି ମନୋଜଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା। ତାଙ୍କ ସ୍ତ୍ରୀ ଚାଇନାରେ ଥାଇ ଭିଡିଓ କଲରେ ସ୍ବାମୀଙ୍କ ଶେଷ ବିଦାୟ ଦେଇଥିଲେ।

Share