Categories: ଜାତୀୟ

ଯୌତୁକରେ ମିଳିଲା ୧୧ ଲକ୍ଷ ଟଙ୍କା: ବରର ପିତା ଟଙ୍କା ନେଇ କଲେ ଏମିତି କାମ

ଜୟପୁର,୨୪।୨: ଆଜିବି ସମାଜରେ ଯୌତୁକ ଏକ ବ୍ୟାଧି ଭାବେ ପରିଗଣିତ ହେଉଛି। କେଉଁଠି ଯୌତୁକ ଯୋଗୁ ବଧୂହତ୍ୟା ହେଲାଣି ତ ଆଉ କେଉଁଠି ଯୌତୁକ ପାଇଁ ମହିଳାଙ୍କୁ ଘରୁ ତଡି ଦିଆଯାଉଛି। ତେବେ ରାଜସ୍ଥାନର ବୁନ୍ଦି ଜିଲାର ପିପରୱାଲା ଗାଁର ଅବସରପ୍ରାପ୍ତ ପ୍ରଧାନଆଚାର୍ଯ୍ୟଙ୍କ ପୁଅ ବିବାହ ଏବେ ଚର୍ଚ୍ଚାର ବିଷୟ ହୋଇଛି। ବରପକ୍ଷ ଲୋକେ ସମାଜକୁ ଏକ ବଡ ବାର୍ତ୍ତା ଦେଇଛନ୍ତି, ଯାହାକୁ ସାରା ରାଜ୍ୟରେ ପ୍ରଶଂସା କରାଯାଉଛି। ବର ବାପା ଯୌତୁକ ଗ୍ରହଣ କରିଥିବା ଲକ୍ଷ ଲକ୍ଷ ଟଙ୍କା ପୁଅର ବିବାହରେ ଶ୍ୱଶୁରଙ୍କୁ ଫେରାଇ ଦେଇଛନ୍ତି। ଏଥିପାଇଁ ଏକ ବଡ଼ ଥାଳିରେ ୧୧ ଲକ୍ଷ ଟଙ୍କା ବିଡା ଫେରସ୍ତ କରିଦେଇଥିଲେ। ଏହା ଦେଖି ଉପସ୍ଥିତ ଲୋକେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସୂଚନାନୁସାରେ, ଖଜୁରୀ ପଞ୍ଚାୟତର ପିପରୱାଲା ଗ୍ରାମ ନିବାସୀ ଅବସରପ୍ରାପ୍ତ ପ୍ରିନ୍ସପାଲ ବୃଜମୋହନ ମୀନା ତାଙ୍କ ପୁଅର ବିବାହ କାର୍ଯ୍ୟକ୍ରମ ସମୟରେ କନ୍ୟା ପକ୍ଷରୁ ୧୧ ଲକ୍ଷ ୧୦୧ ଟଙ୍କା ପ୍ରଦାନ କରିଥିଲେ। ଏଥିରେ ବ୍ରଜମୋହନ ମୀନା ଏହି ଟଙ୍କା ଫେରସ୍ତ କରି ଯୌତୁକ ବ୍ୟବସ୍ଥା ବିରୋଧରେ ଏକ ନୂତନ ସ୍ବର ଉତ୍ତୋଳନ କରି ସମାଜକୁ ଏକ ନୂତନ ବାର୍ତ୍ତା ଦେଇଛନ୍ତି।

Share