ଦୁନିଆରେ ମା’ଠାରୁ ବଡ଼ କେହି ନାହିଁ। ମା’ର ସ୍ଥାନ କେହି ନେଇ ପାରିବେନି। ତେବେ କୌଣସି ଗୃହପାଳିତ ପଶୁ ବା ପକ୍ଷୀକୁ ବଞ୍ଚାଇବା ସହଜ କଥା। ମାତ୍ର ଏକ ଅଣ୍ଡାରୁ ଛୁଆ ବାହାରକରି ତାକୁ ଖୁଆଇପିଆଇ ବଡ଼ କରିବା ଏତେ ସହଜ କାମ ନୁହେଁ। କାରଣ ଏଥିରେ ସାମାନ୍ୟ ଅସାବଧାନତା ଯୋଗୁ ଜୀବନ ଯିବାର ମଧ୍ୟ ସମ୍ଭାବନା ରହିଛି। ହେଲେ ଜଣେ ବ୍ୟକ୍ତି ଏମିତି କିଛି କରି ଦେଖାଇଛନ୍ତି, ଯେଉଁଥିପାଇଁ ଏକ ଶୁଆର ଜୀବନ ବଞ୍ଚିଯାଇଛି। ବ୍ୟକ୍ତିଜଣଙ୍କ ଛୁଆକୁ ପାଳିିପୋଶି ବଡ଼ କରୁଛନ୍ତି। କାରଣ ଏହି ଶୁଆ ଛୁଆଟିର ମା’ ଅଣ୍ଡା ଦେବା ପରେ ମରିଯାଇଥିଲା। ଛୁଆଟିକୁ ଅଣ୍ଡାରୁ ଫୁଟାଇ ବାହାର କରିବା ଠାରୁ ତାକୁ ବଡ଼ କରିବା ପର୍ଯ୍ୟନ୍ତ ସବୁର ଭିଡିଓ ଦେଖିବାକୁ ମିଳୁଛି। ଏହାକୁ ଦେଖିବା ପରେ ମଧ୍ୟ ଆଖିକୁ ବିଶ୍ୱାସ ହେଉ ନାହିଁ। ୨ ମିନିଟ ୨୦ ସେକେଣ୍ଡର ଏହି ଭିଡିଓଟିକୁ ଦେଖିଲେ ଆପଣ ମଧ୍ୟ ବିଶ୍ୱାସ କରିପାରିବେ ନାହିଁ। ଏହି ଭିଡିଓଟିକୁ ଆଇଏଫ୍ଏସ୍ ଅଧିକାରୀ ପରଭେଜ କାସଓ୍ବାନ ଶେୟାର କରିଛନ୍ତି। ଭିଡିଓଟି ପୋଷ୍ଟ ହେବାର ମାତ୍ର କିଛି ସମୟ ମଧ୍ୟରେ ୮ ହଜାରରୁ ଅଧିକ ଲୋକ ଏହାକୁ ଦେଖିସାରିଲେଣି।
https://twitter.com/ParveenKaswan/status/1291226870969556992?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1291226870969556992%7Ctwgr%5E&ref_url=https%3A%2F%2Faajtak.intoday.in%2Fgallery%2Fman-save-life-of-parrot-like-mother-tstr-6-54272.html