ସ୍ତ୍ରୀଙ୍କୁ ଭେଟିବାକୁ ଜଳପଥରେ ୨୦୦୦ କିଲୋମିଟର ଯାତ୍ରା କଲେ ସ୍ବାମୀ

ହାନୋଇ,୨୬ା୩: ଭିଏତନାମର ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ଭେଟିବା ପାଇଁ ଜଳପଥରେ ୨ ହଜାର କିଲୋମିଟର ଯାତ୍ରା ଆରମ୍ଭ କରଥିଲେ। ଯଦିଓ ସେ ତାଙ୍କ ସ୍ତ୍ରୀଙ୍କ ନିକଟରେ ପହଞ୍ଚି ପାରିନାହାନ୍ତି ତଥାପି ଲୋକେ ତାଙ୍କ ଉଦ୍ୟମକୁ ବେଶ୍‌ ପ୍ରଶଂସା କରୁଛନ୍ତି।

ଖବର ଅନୁସାରେ, ମାର୍ଚ୍ଚ ୨୩ରେ ଜଣେ ଶିପର କ୍ୟାପଟେନ ଥାଇଲାଣ୍ଡର ନୌସେନାକୁ ଖବର ଦେଇଥିଲେ ଯେ, କୂଳରୁ ପ୍ରାୟ ୮୦ କିଲୋମିଟର ଦୂରରେ ଜଣେ ଯୁବକ ମିଳିଛନ୍ତି । ଯୁବକ ଜଣଙ୍କ ଏକ ରବର ବୋଟ୍‌ରେ ଥାଇଲାଣ୍ଡରୁ ଭାରତକୁ ଯାଉଛନ୍ତି। ଏହାପରେ ନୌସେନା ସନ୍ଧାନ ଆରମ୍ଭ କରିଥିଲା ସେତେବେଳେ ସେ ଉକ୍ତ ଯୁବକଙ୍କ ନିକଟରୁ କିଛି ପାଣି ସହ ନୁଡୁଲ୍ସ ପାଇଥିଲା।

ନୌସେନା ଅଧିକ ପଚରାଉଚରା କରିବା ବେଳେ ଯୁବକ ଜଣକ କିଛି କହି ପାରି ନ ଥିଲେ। କାରଣ ତାଙ୍କୁ ଥାଇ ଭାଷା ଜଣା ନ ଥିଲା। ସେ ଭିଏତନାମ ଭାଷା କହୁଥିଲେ। ତାଙ୍କୁ ନୌସେନା ସାଙ୍ଗରେ ନେଇଯିବା ସହ ଇଣ୍ଟରପ୍ରେଟର ଜରିଆରେ କଥା ହେବାକୁ ଚେଷ୍ଟା କରିଥିଲେ। ଏହାପରେ ପ୍ରକୃତ ଘଟଣା ସାମ୍ନାକୁ ଆସିଥିଲା। ୩୭ ବର୍ଷୀୟ ହୋ ହୁଆଙ୍ଗ ହଙ୍ଗ କହିଥିଲେ ତାଙ୍କ ସ୍ତ୍ରୀ ମୁମ୍ବାଇରେ ମହାମାରୀ କରୋନା ପରଠାରୁ ଫସି ରହିଛନ୍ତି। ସେ ତାଙ୍କୁ ଭେଟି ପାରୁନାହାନ୍ତି। ଆଉ ସ୍ତ୍ରୀଙ୍କୁ ଭେଟିବାକୁ ସେ ଜଳପଥରେ ଯାତ୍ରା ଆରମ୍ଭ କରିଥିଲେ।

ମାର୍ଚ୍ଚ ୨ରେ ହୋ ଚି ମିନ୍‌ଚ ସିଟିରୁ ବ୍ୟାଙ୍କକ୍‌କୁ ବିମାନରେ ଆସିଥିଲେ । ଏହାପରେ ବିମାନରେ ମୁମ୍ବାଇ ଯିବାକୁ ମନସ୍ଥ କରିଥିଲେ। କିନ୍ତୁ ତାଙ୍କୁ ଭିଜା ମିଳି ନ ଥିଲା। ସେତେବେଳେ ସେ ପଟ୍ଟାୟା ଯାଇ ଏକ ନୀଳ ରଙ୍ଗର ରବର ବୋଟ୍‌ କିଣିଥିଲେ। ମାର୍ଚ୍ଚ ୫ରେ ସେ ତାଙ୍କର ଯାତ୍ରା ଆରମ୍ଭ କରିଥିଲେ।

୧୮ ଦିନ ସମୁଦ୍ରରେ ଯାତ୍ରା କରିବା ପରେ କେବଳ ୮୦ କିଲୋମିଟର ସେ ଯାଇପାରିଥିଲେ। ମୁମ୍ବାଇରେ ପହଞ୍ଚିବାକୁ ତାଙ୍କୁ ଆହୁରି ୬୨୫ ଦିନ ଲାଗିଥାନ୍ତା। ହୋ’ଙ୍କଠାରୁ ଏସବୁ ଶୁଣିବା ପରେ ନୌସେନା ଥାଇଲାଣ୍ଡରେ ରହିବାକୁ ତାଙ୍କୁ ମାଗଣା ଘର ଦେବା ସହ ସ୍ତ୍ରୀଙ୍କୁ ଭେଟିବାର ବ୍ୟବସ୍ଥା କରୁଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ପରାସ୍ତ ହେବ ଚାଇନା, କ୍ୱାଡ୍‌ ସମ୍ମିଳନୀରେ ମିଳିଲା ନେତାଙ୍କ ବଡ଼ ସଙ୍କେତ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୨ା୯: କ୍ୱାଡ୍‌ ନେତାଙ୍କ ମିଳିତ ବିବୃତ୍ତିରେ ବଡ଼ ସଙ୍କେତ ମିଳିଛି। କ୍ୱାଡ୍‌ ଶିଖର ସମ୍ମିଳନୀରେ ଭାରତ, ଆମେରିକା, ଜାପାନ ଏବଂ ଅଷ୍ଟ୍ରେଲିଆର ମୁଖ୍ୟମାନେ ଅଂଶଗ୍ରହଣ କରିଥିଲେ।...

ଆପଣ ବ୍ୟବହାର କରୁଥିବା ଘିଅରେ ମିଶୁଥାଇପାରେ ପଶୁଚର୍ବି-ମାଛତେଲ, ଜାଣନ୍ତୁ କିପରି ପ୍ରସ୍ତୁତ ହୁଏ ଏହି ଘିଅ

ନୂଆଦିଲ୍ଲୀ,୨୨।୯: ତିରୁପତି ବାଲାଜୀ ମନ୍ଦିର ପ୍ରସାଦ ଲଡୁରେ ପଶୁ ଚର୍ବି ଓ ମାଛ ତେଲ ମିଶାଇବା ଘଟଣାରେ ସାରା ଦେଶ ଉଠୁଛି ପଡୁଛି। ଏହାକୁ ନେଇ...

ବାଇଡେନ ଦମ୍ପତିଙ୍କୁ ଦାମୀ ଉପହାର ଦେଲେ ମୋଦି, ଏଥିରେ ରହିଛି…

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୨ା୯: ଆମେରିକା ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଇଡେନ ଦମ୍ପତିଙ୍କୁ ଦାମୀ ଉପହାର ପ୍ରଦାନ କରିଛନ୍ତି। ମୋଦି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ...

ଅନୁରା ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି

କଲମ୍ବୋ,୨୨ା୯: ଶ୍ରୀଲଙ୍କାକୁ ମିଳିଛି ନୂଆ ରାଷ୍ଟ୍ରପତି। ଅନୁରା କୁମାରା ଦିଶାନାୟକେ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ହୋଇଛନ୍ତି। ନ୍ୟାଶନାଲ ପିପୁଲ ପାଓ୍ବାର(ଏନ୍‌ପିପି) ମେଣ୍ଟର ପ୍ରାର୍ଥୀ ଅନୁରା ୫୩%...

ଭାରତକୁ ଇଲିଶି ରପ୍ତାନୀ ଉପରେ କଟକଣା ଉଠାଇଲା ବାଂଲାଦେଶ, ଦୂର୍ଗାପୂଜା ପାଇଁ ଆସିବ ଏତେ ମାଛ…

ନୂଆଦିଲ୍ଲୀ,୨୨।୯: ଭାରତକୁ ଇଲିଶି ମାଛ ରପ୍ତାନୀ ଉପରେ କଟକଣା ଉଠାଇଲା ବାଂଲାଦେଶ। ବାଂଲାଦେଶର ଆନ୍ତରୀଣ ସରକାର ହିନ୍ଦୁ ବଙ୍ଗାଳୀଙ୍କ ବଡ଼ ପୂର୍ବ ଦୂର୍ଗାପୂଜା ପୂର୍ବରୁ ଇଲିଶି...

ଏହି ସ୍ବତନ୍ତ୍ର ଡ୍ରୋନ୍‌ ପାଇଁ ଆମେରିକା ସହିତ ଭାରତର ଚୁକ୍ତି, କିଣିବା ପାଇଁ ଲାଗିବ ଏତିକି ଟଙ୍କା…

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୨ା୯: ଭାରତ ଏବଂ ଆମେରିକା ରବିବାର କୋଟି କୋଟି ଡଲାର ମୂଲ୍ୟର ଡ୍ରୋନ୍‌ ଚୁକ୍ତି ସ୍ବାକ୍ଷର କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାର ତିନି ଦିନିଆ...

ଏତେ ଲମ୍ବା ଗୋଡ଼ !

ଟେକ୍ସାସ୍‌, ସେଦାର ପାର୍କର ୧୭ ବର୍ଷୀୟା ମ୍ୟାକି କୁରାନ। ତାଙ୍କୁ ଦେଖିଲେ ଲାଗିବ ସତେ ଯେମିତି ସେ ଏକ ଲମ୍ବା ବାଉଁଶ। କାରଣ ଏଇ ବୟସରେ...

ସୁନାଚେନ୍‌ର କେଶ

ଆଜିକାଲି ନାନା ପ୍ରକାରର ହେୟାର ଷ୍ଟାଇଲ ଲୋକେ କରୁଛନ୍ତି। ଖାସ୍‌କରି ସେଲିବ୍ରିଟି ଯେଉଁଭଳି ହେୟାରଷ୍ଟାଇଲ କରନ୍ତି ସାଧାରଣ ଲୋକେ ତାକୁ ଅନୁକରଣ କରନ୍ତି। ମେକ୍ସିକୋର ର଼୍ୟାପର୍‌...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri