Categories: ଜାତୀୟ

ବିଲେଇ ଛୁଆ ହତ୍ୟାକାରୀଙ୍କୁ ଖୋଜି ଆଣିଲେ ମିଳିବ ଏତିକି ଟଙ୍କା ପୁରସ୍କାର

ନୂଆଦିଲ୍ଲୀ,୧୯।୭: ବିଲେଇକୁ ଜୀବନ୍ତ ଜାଳି ଦେଇଥିବା ବ୍ୟକ୍ତିଙ୍କ ବିଷୟରେ ସୂଚନା ଦେଲେ ୫୦ ହcଜାର ଟଙ୍କା ପୁରସ୍କାର। ହ୍ୟୁମାନ ସୋସାଇଟି ଇଣ୍ଟରନ୍ୟାସନାଲ (ଏଚଏସଆଇ, ଭାରତ) ପକ୍ଷରୁ ଏହି ପୁରସ୍କାର ରାଶି ଘୋଷଣା କରାଯାଇଛି। ସୂଚନାଯୋଗ୍ୟ, ଏଚଏସଆଇ ଟୁଇଟରରେ ଏକ ଭିଡିଓ ଶେୟାର କରିଛି। ଭିଡିଓରେ ଜଣେ ଅଜ୍ଞାତ ବ୍ୟକ୍ତି ଲାଇଟର୍‌ ବ୍ୟବହାର କରି ଏକ ବିଲେଇ ଛୁଆକୁ ନିଆଁ ଲଗାଇ ଦେଇଛନ୍ତି। ଏଚଏସଆଇର ପରିଚାଳନା ନିର୍ଦ୍ଦେଶକ ଆଲୋକପର୍ନା ସେନଗୁପ୍ତା କହିଛନ୍ତି ଯେ, ବିଲେଇକୁ ନିଆଁ ଲଗାଇବା ପୂର୍ବରୁ ଏହା ଉପରେ କିଛି ପଦାର୍ଥ ବ୍ୟବହାର କରାଯାଉଥିବା ଜଣାପଡିଛି। ଯାoହା ଫଳରେ ବିଲେଇ ଶରୀର ସଙ୍ଗେ ସଙ୍ଗେ ଜଳିଯାଇଥିଲା। ତେଣୁ ଏଭଳି ଲୋକଙ୍କ କଡା ଦଣ୍ଡ ଦିଆଯିବା ଉଚିତ୍‌ । ଯଦି କୌଣସି ବ୍ୟକ୍ତି ବିଲେଇ ହତ୍ୟାକାରୀ ବିଷୟରେ ସୂଚନା ଦେବ ତେବେ ତାଙ୍କୁ ୫୦ ହଜାର ଟଙ୍କା ପୁରସ୍କାର ଦିଆଯିବ ବୋଲି ସେ କହିଛନ୍ତି।

Share