Categories: ଜାତୀୟ

ଜିଲାପାଳଙ୍କ ମାଡ଼ ଘଟଣା : ପୀଡ଼ିତଙ୍କୁ ମିଳିବ ନୂଆ ମୋବାଇଲ

ରାୟପୁର, ୨୩।୫ : ଛତିଶଗଡ଼ରେ ଜଣେ ଯୁବକଙ୍କୁ ଚାପୁଡ଼ା ମାରିବା ସହ ସୁରଜପୁର ଜିଲାପାଳ ତାଙ୍କ ମୋବାଇଲ ଭାଙ୍ଗି ଦେଇଥିଲା। ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଥିଲା ଘଟଣାର ଭିଡିଓ। ଗୋଟିଏ ଦିନ ପରେ ପୀଡ଼ିତଙ୍କୁ ନୂଆ ମୋବାଇଲ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ।

ଭାଇରାଲ ଭିଡିଓରେ ଜିଲାପାଳ ରଣବୀର ଶର୍ମା ଜଣେ ଯୁବକଙ୍କୁ ଚାପୁଡ଼ା ମାରିବା ସହ ତାଙ୍କ ଫୋନ କଚାଡ଼ି ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଥିଲା। ସୁରଜପୁର ଜିଲାର ଉକ୍ତ ଯୁବକଙ୍କୁ କ୍ଷତିପୂରଣ ବାବଦକୁ ନୂଆ ମୋବାଇଲ ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ବାଘେଲ ନିର୍ଦ୍ଦେଶ ଦେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍‌ କରାଯାଇଛି। ଅନ୍ୟପକ୍ଷରେ ବରିଷ୍ଠ ଆଇଏଏସ୍‌ ଅଫିସରଙ୍କ କାର୍ଯ୍ୟକୁ ନିନ୍ଦା କରିଛି ଛତିଶଗଡ଼ ଆଇଏଏସ୍‌ ଆସୋସିଏଶନ। ତାଙ୍କ କାର୍ଯ୍ୟ ଗ୍ରହଣୀୟ ନୁହେଁ। ଜିଲାପାଳ ନିଜ ବ୍ୟକ୍ତିଗତ ଆୟରୁ ନୂଆ ମୋବାଇଲ କିଣିଦେବାକୁ ପରାମର୍ଶ ଦିଆଯାଇଛି।

Share