Categories: ଫୁରସତ

ଯୁବତୀଙ୍କ ପାଟିରେ ଥିଲା ଶୁଖିଲା ଗୁପ୍‌ଚୁପ୍‌, ପାଟିରୁ ପାଣି ବାହାର କରି ଦେଲେ ଯୁବକ, ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଭାଇରାଲ ହୁଏ। ଏଥିରୁ କେତେକ ଭିଡିଓ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଆଶ୍ଚର୍ଯ୍ୟ କରିଦିଏ। ତେବେ ବର୍ତ୍ତମାନ ଭାଇରାଲ ଭିଡିଓରେ ଜଣେ ଯୁବତୀ ଓ ଯୁବକଙ୍କ ଗୁପ୍‌ଚୁପ୍‌ ଖାଉଥିବା ଭିଡିଓ ଭାଇରାଲ ହେଉଛି। ଏହି ସମୟରେ ସେମାନେ ଅଜବ କାର୍ଯ୍ୟକରୁଥିବା  ଦେଖିବାକୁ ମିଳୁଛି । ଯାହାକୁ ଅନେକ ୟୁଜର୍ସ ପସନ୍ଦ କରୁ ନାହିଁ।
ବର୍ତ୍ତମାନ୍‌ ରିଲ୍‌କୁ ନେଇ ଯୁବପିଢ଼ିଙ୍କ ଏତେ ନିଶା ବଢ଼ିଯାଇଛି ଯେ, ସେମାନେ ରାତାରାତି ଭାଇରାଲ ହେବାକୁ କିଛିବି କରିପାରନ୍ତି। ଏ ନେଇ ସର୍ବସାଧାରଣ ସ୍ଥାନରେ ମଧ୍ୟ ଅଶ୍ଳୀଳ ଭିଡିଓ ଶୁଟିଂ କରିବାକୁ କିଛି ଲୋକେ ପଛାଉ ନାହାନ୍ତି।
ଭାଇରାଲ କ୍ଲିପ (@desimojito) ନାମକ ଏକ ଆକାଉଣ୍ଟରେ ଶେୟାର କରାଯାଇଛି। ଏହା କ୍ୟାପଶନରେ ଲେଖାଯାଇଛି, ଗୁପ୍‌ଚୁପ୍‌ ଖାଇବା ପାଇଁ ଏହା ହେଉଛି ଉପଯୁକ୍ତ ଉପାୟ। ୪୦ ସେକେଣ୍ଡ କ୍ଲିପରେ, ଆମେ ଯୁବତୀ  ଓ ଯୁବକକୁ ରାସ୍ତାରେ ଠିଆ ହୋଇ ବହୁତ ଉତ୍ସାହର ଗୁପ୍‌ଚୁପ୍‌ ଖାଉଥିବା ଦେଖିବାକୁ  ମିଳୁଛି।
ସର୍ବପ୍ରଥମେ ଯୁବକ  ତାଙ୍କ ପ୍ଲେଟ୍‌ରୁ ଏକ ଗୁପ୍‌ଚୁପ୍‌  ନେଇ ଯୁବତୀଙ୍କୁ ଖୁଆଉଥିବା ବେଳେ ଯୁବତୀ ଜଣଙ୍କ ତାହାକୁ ନ ଖାଇବାରୁ ସେ ଖାଇ ଦେଉଛନ୍ତି। ପରେ ଯୁବତୀ ଜଣଙ୍କ ଏକ ଶୁଖିଲା ଗୁପ୍‌ଚୁପ୍‌କୁ କଣା କରି ପାଟିରେ ରଖିଲେ। ଯୁବକ ଜଣଙ୍କ  ତାଙ୍କ ପାଟିରୁ ପାଣି ବାହାର କରି ଯୁବତୀଙ୍କ ପାଟିରେ ଦେଉଛନ୍ତି। ଏହାକୁ ଗୁପ୍‌ଚୁପ୍‌ ବିକାଳି ଦେଖି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି।

Share