ସାଇକେଲରେ ୬ ଥର ଦେଶ ଭ୍ରମଣ କରିସାରିଲେଣି ଏହି ବ୍ୟକ୍ତି, ଲୋକଙ୍କୁ ଦେଉଛନ୍ତି ଏମିତି ବାର୍ତ୍ତା

ଭୋପାଳ,୧୪।୩: ଯୌତୁକ ପ୍ରଥା ରୋକିବା ପାଇଁ ବିଭିନ୍ନ ପ୍ରକାର ସଚେତନତା ସୃଷ୍ଟି କରାଯାଉଛି। ମାତ୍ର ଏକ ସ୍ବତନ୍ତ୍ର ଢଙ୍ଗରେ ଯୌତୁକ ପ୍ରଥା ବନ୍ଦ ପାଇଁ ସଚେତନତା ସୃଷ୍ଟି କରୁଛନ୍ତି ଭାଉ ସାହେବ ନାମକ ଜଣେ ବ୍ୟକ୍ତି। ଏହି ବ୍ୟକ୍ତି ଜଣକ ୨୭ ବର୍ଷ ଧରି ସାଇକେଲରେ ପୂରା ଦେଶ ବୁଲିବୁଲି ଯୌତୁକ ପ୍ରଥା ରୋକିବାକୁ ଚେଷ୍ଟା ଜାରି ରଖିଛନ୍ତି। ସେ ୨୭ ବର୍ଷ ମଧ୍ୟରେ ୬ ଥର ଦେଶ ଭ୍ରମଣ କରିସାରିଲେଣି। ଗୋଟିଏ ଦିନରେ ୭୦ରୁ ୮୦ କିଲୋମିଟର ଯାତ୍ରା କରିଥାନ୍ତି।

ସେ ତାଙ୍କ ଭଉଣୀ ବିବାହ ସମୟରେ ଯୌତୁକ ସମସ୍ୟାର ସମ୍ମୁଖୀନ ହେବା ପରେ ଏପରି ସଚେତନତା ସୃଷ୍ଟି କରିବାକୁ ସ୍ଥିର କରିଥିଲେ। ଭାଉ ସାହେବ ମହାରାଷ୍ଟ୍ରର ମୂଳବାସିନ୍ଦା ଅଟନ୍ତି। ତାଙ୍କର ଏକମାତ୍ର ଲକ୍ଷ୍ୟ ଯୌତୁକ ମାଗୁଥିବା ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା। ପ୍ରତି ସହରରେ ତାଙ୍କୁ ଅନେକ ଧନୀ ଲୋକ ଭେଟିଥାନ୍ତି। ସେମାନେ ଭାଉ ସାହେବଙ୍କ ଯାତ୍ରା ସମ୍ପର୍କରେ ପଚାରିଥାନ୍ତି। ଭାଉ ମଧ୍ୟ ସେମାନଙ୍କୁ ନିଜର ଯାତ୍ରା ସମ୍ପର୍କରେ ବୁଝାଇଥାନ୍ତି।

ପ୍ରଥମେ ୧୯୯୩ ମସିହାରେ ସେ ଘରୁ ବାହାରିଥିଲେ। ସେ ପୂରା ଗୁଜରାଟ ବୁଲିସାରିଲେଣି। ବର୍ତ୍ତମାନ ମଧ୍ୟପ୍ରଦେଶରେ ପହଞ୍ଚିଛନ୍ତି। ତାଙ୍କ ମତରେ ଯୌତୁକ ଏକ କଳଙ୍କ। ଲୋକେ ସେମାନଙ୍କ ଜମି ବିକ୍ରି କରି ଝିଅଙ୍କୁ ବିବାହ କରିଥାନ୍ତି। ଯାହା ଅତ୍ୟନ୍ତ କଷ୍ଟଦାୟକ।

Share