ନୂଆଦିଲ୍ଲୀ, ୨୫।୬- ବୁଲା କୁକୁରଙ୍କୁ ଖାଦ୍ୟ ଦେବା ଜଣେ ବୃଦ୍ଧଙ୍କ ପାଇଁ କାଳ ହୋଇଛି। ରାଜଧାନୀ ଦିଲ୍ଲୀର ପାହାଡ଼ଗଞ୍ଜ କ୍ରିଷ୍ଣା ମାର୍କେଟ୍ ଅଞ୍ଚଳର ୫୭ ବର୍ଷୀୟ ବୃଦ୍ଧ ବ୍ରଜମୋହନ କୁକୁରଙ୍କୁ ଖାଦ୍ୟ ଦେବାକୁ ଭଲ ପାଆନ୍ତି। ବୁଧବାର ସ୍ଥାନୀୟ ଏକ ପାର୍କ ସମ୍ମୁଖରେ ବସି ସେ ୭-୮ଟି କୁକୁରକୁ ଖାଦ୍ୟ ଦେଉଥିବାବେଳେ ଅଜୟ ନାମକ ଜଣେ ଯୁବକ ସେହିବାଟେ ଯାଉଥିଲେ। ତେବେ କିଛି କୁକୁର ଏହି ସମୟରେ ଅଜୟଙ୍କୁ ଦେଖି ଭୁକିବାରେ ଲାଗିଥିଲେ। ଏଥିରେ ରାଗିଯାଇ କୁକୁରଙ୍କୁ କାହିଁକି ଖାଇବା ଦେଉଛ ବୋଲି ବୃଦ୍ଧଙ୍କ ସହ ଅଜୟ ଯୁକ୍ତିତର୍କ ଆରମ୍ଭ କରିଥିଲେ। ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଚାଲିଥିବାବେଳେ ଆଉ କିଛି କୁକୁର ଅଜୟଙ୍କ ଆଡ଼କୁ ଦୌଡ଼ି ଆସି ଆହୁରି ଭୁକିଥିଲେ। ଏଥିରେ ଅଜୟ ରାଗିଯାଇ ଘରକୁ ପଳାଇଥିଲେ। ପରେ ସେ ଏକ ଛୁରୀ ଧରି ଆସି ବ୍ରଜମୋହନଙ୍କୁ ଭୁସି ହତ୍ୟା କରିଥିଲେ। ପୋଲିସ ଏହି ଘଟଣାରେ ଅଜୟଙ୍କୁ ଗିରଫ କରିଥିବା ଜଣାପଡ଼ିଛି।