ଡକାୟତଙ୍କୁ ଡାକିଲେ, ବନ୍ଧୁକ ଦେଖାଇଲେ… ମହିଳାଙ୍କୁ କଲେ ପ୍ରପୋଜ୍‌, ଭିଡିଓ ଭାଇରାଲ

ଲୋକ ଭାଇରାଲ ହେବାକୁ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଭିଡିଓ କରି ଭାଇରାଲ ହେଉଛନ୍ତି। ସେଥିରେ ଜଣେ ଲଭବାର୍ଡଙ୍କର ଭାଇରାଲ ଭିଡିଓ ସାମ୍ନାକୁ ଆସିଛି। ଯାହାକୁ ଦେଖି ଆପଣ ହସି ହସି ବେଦମ୍‌ ହୋଇଯିବେ। କିଛି ଲୋକ ନିଜ ପ୍ରେମିକ କିମ୍ବା ପ୍ରେମିକାଙ୍କୁ ଫୁଲ କିମ୍ବା ଆଙ୍ଗୁଠି ଦେଇ ପ୍ରପୋଜ କରନ୍ତି। କିନ୍ତୁ ଭାଇରାଲ ହୋଇଥିବା ଏହି ଭିଡିଓରେ ବ୍ୟକ୍ତିଜଣକ ନିଜ ଗାର୍ଲଫ୍ରେଣ୍ଡଙ୍କୁ କିଛି ଅଲଗା ଅନ୍ଦାଜରେ ପ୍ରପୋଜ କରିଛନ୍ତି। ଯାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଲାଗି ରହିଛି।

କଲମ୍ବିଆରେ ଏପରି ଏକ ମାମଲା ସାମ୍ନାକୁ ଆସିଛି। ଯେଉଁଠି ୫-୬ଜଣ ଡକାୟତ ଦ୍ୱାରା ବନ୍ଧୁକ ଦେଖାଇ ଜଣେ ବ୍ୟକ୍ତି ପ୍ରପୋଜ କରିଛନ୍ତି। ଘଟଣା ଏପରି କି, କିଛି ଲୋକ ମୁହଁରେ କପଡା ବାନ୍ଧି ଦିନ ଦ୍ୱି ପ୍ରହରେ ଗୋଟିଏ କାର୍‌କୁ ବାଟରେ ଅଟକାଇଥିଲେ। କାର୍‌ରୁ ଜଣେ ମହିଳାଙ୍କୁ ବନ୍ଧୁକ ଦେଖାଇ ବାହାରକୁ ବାହାରିବା ପାଇଁ କହିଥିଲେ। ମହିଳାଜଣକ ଭୟଭୀତ ହୋଇ ଥରିବାକୁ ଲାଗିଥିଲେ। ରାସ୍ତାଘାଟ ବି ଶୂନଶାନ ଥିଲା। ଏଥିପାଇଁ ସେ କାହାକୁ ସାହାଯ୍ୟ ବି ମାଗି ପାରୁ ନ ଥିଲେ। ହଠାତ୍‌ ସେ ଡକାୟତଙ୍କ ମଧ୍ୟରୁ ଜଣେ ଆଣ୍ଠେଇ ବସି ମହିଳାଙ୍କୁ ମୁଦି ଦେଇ ପ୍ରପୋଜ କରିଥିଲେ। ଯାହାକୁ ଦେଖି ମହିଳାଜଣକ ବି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

କାରଣ ସେହି ବ୍ୟକ୍ତିଜଣକ ତାଙ୍କ ପ୍ରେମିକ ଥିଲେ। ଭିନ୍ନ ଢଙ୍ଗରେ ପ୍ରପୋଜ କରିବା ପାଇଁ ସେ ଏପରି ଲୁଟପାଟ୍‌ର ନାଟକ ରଚିଥିଲେ। ପରେ ମହିଳାଜଣକ ଘଟଣା କଣ ବୁଝିବାକୁ ଡେରି ହୋଇ ନ ଥିଲା। ମହିଳାଜଣକ ଖୁସି ହୋଇ ତାଙ୍କ ପ୍ରେମିକଙ୍କୁ କୋଳେଇ ଧରିବା ସହ ଚୁମ୍ବନ ଦେଇଥିଲେ। ଆଖପାଖରେ ଥିବା ନକଲି ଡକାୟତମାନେ ତାଳି ବଜାଇଥିଲେ। ଘଟଣାଟିର ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏପରି ଭିନ୍ନ ଢଙ୍ଗର ପ୍ରପୋଜ ଷ୍ଟାଇଲକୁ ଦେଖି ୟୁଜର୍ସ ମଧ୍ୟ ପ୍ରତିକ୍ରିୟା ଦେଉଛନ୍ତି।

Share