Categories: ଫୁରସତ

ଏଟିଏମ୍‌ରୁ ଟଙ୍କା ଉଠାଇବା ବାହାନାରେ ଚୋରି କଲେ ସାନିଟାଇଜର, ଭିଡିଓ ଦେଖିଲେ…

ଭାରତରେ ପ୍ରତିଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ଏହାକୁ ଦୃଷ୍ଟିରେ ରଖି କେତେକ ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା ବି କରାଯାଇଛି। ସରକାର ଲୋକଙ୍କୁ ନିୟମ ପାଳନ କରିବାକୁ ନିବେଦନ କରୁଛନ୍ତି। କରୋନାରୁ ମୁକ୍ତି ପାଇବା ପାଇଁ ପ୍ରତ୍ୟେକ ସ୍ଥାନରେ ସାନିଟାଇଜର ବ୍ୟବସ୍ଥା ମଧ୍ୟ କରିଛନ୍ତି। ଲୋକଙ୍କୁ ସାନିଟାଇଜର ଏତେ ଜରୁରୀ ଯେ ଶେଷରେ ସେ ଚୋରି କରୁଥିବା ଦେଖିବାକୁ ମିଳିଛି। ଯାହା ଏକ ଏଟିଏମ୍‌ରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି।

ଭିଡିଓଟିକୁ ଆଇପିଏସ୍‌ ଅଫିସର ଦୀପାଂଶୁ କାବ୍ରା ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଭିଡିଓ ଶେୟାର କରି ଦୀପାଂଶୁ କ୍ୟାପଶନ ଲେଖିଛନ୍ତି, ଏହା କ୍ଲେପ୍ଟୋମାନିଆକ୍‌’। ଦେଶରେ ଲକ୍ଷଲକ୍ଷ ଏଟିଏମ୍‌ ଅଛି। ଏହି ମୁର୍ଖମାନଙ୍କଠାରୁ ସାନିଟାଇଜରକୁ ବଞ୍ଚାଇବା ପାଇଁ ଆପଣଙ୍କୁ ପ୍ରତି ଏଟିଏମ୍‌ରେ ୨୦୦-୩୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ।

ଭିଡିଓଟି ୩୦ ଏପ୍ରିଲରେ ଶେୟାର କରାଯାଇଥିଲା। ଯାହାକୁ ବର୍ତ୍ତମାନ ସୁଦ୍ଧା ୩୦୦୦୦ରୁ ଅଧିକ ଲୋକ ଦେଖିସାରିଲେଣି। ୨ ହଜାରରୁ ଅଧିକ ଲୋକ ଲାଇକ୍‌ କରିଥିବା ବେଳେ ୫୦୦ରୁ ଊର୍ଦ୍ଧ୍ୱ ରିଟୁଇଟ୍‌ ହୋଇଛି। ଲୋକେ ଏହି ବ୍ୟକ୍ତିଙ୍କ କୁବୁଦ୍ଧିକୁ ନିନ୍ଦା କରୁଛନ୍ତି। ଜଣେ ୟୁଜର ଲେଖିଛନ୍ତି, ଆଜି ଏହି କରୋନା ସମୟରେ ସୁନାଠାରୁ ବି ସାନିଟାଇଜର ମୂଲ୍ୟବାନ।

Share