ଗୋଟିଏ ନିଃଶ୍ୱାସରେ ୬୬୨ ଫୁଟ ଗଭୀର ପାଣିରେ ପହଁରିଲେ ଯୁବକ

ଡେନମାର୍କର ଜଣେ ସନ୍ତରଣକାରୀ କେବଳ ଗୋଟିଏ ନିଶ୍ୱାସରେ ୬୬୨ ଫୁଟ ୮.୭ ଇଞ୍ଚ ପାଣିରେ ପହଁରି ଗିନିଜ ୱାଲର୍‌ଡ ରେକର୍ଡ କରିଛନ୍ତି। ଷ୍ଟିଗ ନାମକ ଏହି ସନ୍ତରଣକାରୀ ପାଣିରେ ରେକର୍ଡ ଭାଙ୍ଗୁଥିବା ଦୂରତାକୁ ପହଁରିବା ପାଇଁ ମାତ୍ର ଗୋଟିଏ ନିଶ୍ୱାସ ନେଇଥିଲେ। ଏହି ସଫଳତା ହାସଲ କରିବାକୁ ସେ ୨ ମିନିଟ ୪୨ ସେକେଣ୍ଡ ପାଇଁ ନିଜର ନିଶ୍ୱାସ ବନ୍ଦ କରିଦେଇଥିଲେ ।

ଲାମାନଙ୍କୁ ପ୍ରେରଣା ଦେବା ଏବଂ ସମୁଦ୍ର ଏବଂ ବନ୍ୟଜନ୍ତୁଙ୍କ ସୁରକ୍ଷା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଷ୍ଟିଗ ଏହି ପ୍ରୟାସ କରିଥିଲେ। ଯାହା ବର୍ତ୍ତମାନ ଏକ ରେକର୍ଡରେ ପରିଣତ ହୋଇଛି। ଗିନିଜ ୱାଲର୍‌ଡ ରେକର୍ଡସ ଷ୍ଟିଗଙ୍କ ପ୍ରୟାସର ତିନି ମିନିଟର ଲମ୍ବା ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ ଦେଖି ଆପଣଙ୍କ ନିଶ୍ୱାସ ବନ୍ଦ ହୋଇଯିବ।

ଷ୍ଟିଗ ଏକ କୌଶଳ ବ୍ୟବହାର କରିଥିଲେ ଯାହାକୁ ସେ ଶ୍ୱାସକ୍ରିୟା ବିଜ୍ଞାନ ବୋଲି କହିଥିଲେ। ସେ ନିଜ ପିତାମାତାଙ୍କ ପୁଷ୍କରିଣୀରେ ନିଶ୍ୱାସ ବନ୍ଦ କରି ପହଁରିବା ଅଭ୍ୟାସ କରୁଥିଲେ। ଏହି ଭିଡିଓକୁ ଶେୟାର କରିଥିବାରୁ ସେ ଗିନିଜ ୱାଲର୍‌ଡ ରେକର୍ଡକୁ ଧନ୍ୟବାଦ ଜଣାଇଛନ୍ତି।

ସେ କହିଛନ୍ତି, ସାରା ବିଶ୍ୱରେ ଲୋକମାନେ ସେମାନଙ୍କର “୨୦୨୦ ଡାଇଭ” ଭିଡିଓକୁ ସ୍ବାଗତ କରିଥିବାରୁ ମୁଁ ଖୁସି। ଆସନ୍ତୁ ପ୍ରତିକୂଳ ପରିସ୍ଥିତିରେ ସକରାତ୍ମକ ହେବା ଏବଂ ପୃଥିବୀର ସୁରକ୍ଷା ଏବଂ ଯତ୍ନ ନେବା।

Share