Categories: ଫୁରସତ

ଗାଈକୁ ବାଇକ୍‌ରେ ବସାଇ ବୁଲି ବାହାରିଛନ୍ତି ବ୍ୟକ୍ତି, ସତେଯେପରି କୁନି ପିଲା; ଭିଡିଓ ଦେଖିଲେ ମୁଣ୍ଡରେ ଦେବେ ହାତ…

ଆଜିକାଲିର ସମୟରେ ସୋସିଆଲ ମିଡିଆ ଏଭଳି ଏକ ପ୍ଲାଟଫର୍ମ ପାଲଟିଛି, ଯେଉଁଠାରେ ପ୍ରତିଦିନ କିଛି ନା କିଛି ଭିଡିଓ ଭାଇରାଲ ହେଉଥାଏ। ସେଥିରୁ କିଛି ଭିଡିଓ ମଜାଦାର ହୋଇଥିବା ବେଳେ ଆଉ କିଛିକୁ ବିଶ୍ୱାସ କରିହୁଏନା। ଏହି କ୍ରମରେ ଏବେ ଏକ ଅବିଶ୍ୱାସନୀୟ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଜଣେ ବ୍ୟକ୍ତି କୁନି ପିଲା ବଦଳରେ ବଡ଼ ଗାଈକୁ ବସାଇ ବେଶ ସହଜରେ ବାଇକ୍‌ ଚଳାଉଛନ୍ତି। ଏଯାବତ ହଜାର ହଜାର ଲୋକେ ଭିଡିଓକୁ ଦେଖିସାରିଥିବା ବେଳେ ଚକିତ ହେବା ଭଳି ପ୍ରତିକ୍ରିୟା ଦେଉଛନ୍ତି।

ଭାଇରାଲ ଭିଡିଓରେ ଗୋଟିଏ ପରିବାର କାର୍‌ରେ ବସି ବୁଲି ଯାଉଥିବା ଦେଖାଯାଉଛି। ହେଲେ ସେମାନଙ୍କ ଦୃଷ୍ଟି ଅଜବ ଦୃଶ୍ୟ ଉପରେ ପଡ଼ୁଛି। କାରଣ ସେମାନେ ବାହାରେ ଯାହା ଦେଖିଥିଲେ ହୋସ୍‌ ଉଡିଯାଇଥିଲା। ଆଖି ଉପରେ ବିଶ୍ୱାସ ହୋଇ ନ ଥିଲା। କାରଣ ଜଣେ ବ୍ୟକ୍ତି ବାଇକ୍‌ର ପଛ ସିଟ୍‌ରେ ବସିଥିଲେ। ହେଲେ ତାଙ୍କ ଆଗ ସିଟ୍‌ରେ ସେ ଏକ ବଡ଼ ଗାଈକୁ ବସାଇଛନ୍ତି। ସେ ବି ବେଶ ଆରାମରେ ବସିଛି। ଲାଗୁଛି ଯେଭଳି ସେ ନିଜେ ବାଇକ୍‌ ଚଳାଉଛି।

ଇନଷ୍ଟାଗ୍ରାମରେ ଭିଡିଓଟି ଭାଇରାଲ ହେଉଥିବା ବେଳେ ଲୋକେ ଭଳିକି ଭଳି ପ୍ରତିକ୍ରିୟା ଦେଉଛନ୍ତି। ଜଣେ ବ୍ୟବହାରକାରୀ ଲେଖିଛନ୍ତି ଆଖି ଉପରେ ବିଶ୍ୱାସ ହେଉନାହିଁ। ସେହିଭଳି ଅନ୍ୟ ଜଣେ ହେ ପ୍ରଭୁ, ଏ କ’ଣ ହେଉଛି ବୋଲି ଲେଖିଛନ୍ତି।

ଆପଣ ବି ଦେଖନ୍ତୁ ଭିଡିଓ:

Share