Categories: ଜାତୀୟ

ବିବାହ କରିବାକୁ ମନା କରିଦେବାରୁ ଏସିଡ୍‌ ମାଡ଼

ବେଙ୍ଗାଲୁରୁ,୧୧।୬: ବିବାହ ପ୍ରସ୍ତାବକୁ ମନା କରିଦେବାରୁ ଜଣେ ୩୨ ବର୍ଷୀୟା ମହିଳାଙ୍କୁ ତାଙ୍କ ପୁରୁଷ ସହକର୍ମୀ ଏସିଡ୍‌ ମାଡ଼ କରିଥିବା ଜଣାପଡିଛି। ମହିଳା ଜଣକ ଗୁରୁତର ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେ ବିପଦମୁକ୍ତ ଥିବା ବେଳେ ଭଲ ହୋଇଯିବେ ବୋଲି ଡିସିପି ସାଉଥ ହରିଶ ପାଣ୍ଡେ କହିଛନ୍ତି। ଅନ୍ୟପକ୍ଷେ ପୁରୁଷ ସହକର୍ମୀ ଅହମଦ ଫେରାର ଥିବା ଜଣାପଡିଛି।

ସୂଚନା ଯୋଗ୍ୟ, ମହିଳା ଜଣକ ବିବାହିତ ଥିବା ବେଳେ ସ୍ବାମୀଙ୍କ ସହ ଛାଡ଼ପତ୍ର ହୋଇଯାଇଛି। ଏପରି କି ମହିଳାଙ୍କ ୩ ପିଲା ଅଛନ୍ତି। ପୀଡିତା ଏବଂ ଅହମଦ ଏକ ଧୂପକାଠୀ କାରଖାନାରେ ପ୍ରାୟ ୩ ବର୍ଷ ହେଲା କାମ କରୁଥିଲେ। ହେଲେ ମହିଳାଙ୍କୁ ବିବାହ କରିବା ଲାଗି ଅହମଦ କହିବା ସହ ଚାପ ପକାଉଥିଲେ। ଏଭଳିସ୍ଥିତିରେ ମହିଳା ଜଣକ ବିବାହ କରିବାକୁ ମନା କରି ଦେଇଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଅହମଦ ତାଙ୍କ ଉପରେ ଏସିଡ୍‌ ଆକ୍ରମଣ କରିଥିବା ପୋଲିସ ପକ୍ଷରୁ କୁହାଯାଇଛି।

Share