Categories: ଜାତୀୟ

ହୋମୱାର୍କ ପାଇଁ ହାତଗୋଡ଼ ବାନ୍ଧି ଟାଙ୍ଗି ଦେଲେ

କୋଟା,୨୫।୧୧: ହୋମୱାର୍କ ନ କରିବାରୁ ୮ ବର୍ଷୀୟ ପୁଅର ହାତଗୋଡ଼ ବାନ୍ଧି ଫ୍ୟାନରେ ଓଲଟା ଟାଙ୍ଗି ଦେଇଥିଲେ ବାପା। ଏତିକିରେ ଶାନ୍ତ ହୋଇ ନ ଥିଲା ବାପାଙ୍କ ରାଗ। ପୁଅକୁ ଟାଙ୍ଗି ନିର୍ଦୟ ଭାବେ ମାଡ଼ ମଧ୍ୟ ମାରିଥିଲେ। ଘଟଣାର ଭିଡିଓ ଭାଇରାଲ ହେବା ପରେ ରାଜସ୍ଥାନ ରାଜ୍ୟ କମିଶନ ଫର ପ୍ରୋଟେକଶନ ଅଫ୍‌ ଚାଇଲ୍ଡ ରାଇଟ୍ସ (ଆରଏସସିପିସିଆର) ଜିଲା ପୋଲିସ ଅଧିକାରୀଙ୍କୁ କାର୍ଯ୍ୟାନୁଷ୍ଠାନ ଲାଗି ନିର୍ଦ୍ଦେଶ ଦେଇଛନ୍ତି।

ଘଟଣାଟି ରାଜସ୍ଥାନର ବୁନ୍ଦି ଜିଲା ନାରୋଲି ଗ୍ରାମରେ ଗତ ବୁଧବାର ଘଟିଥିବା ଜଣାପଡ଼ିଛି। ମଙ୍ଗଳବାର ୫ମ ଶ୍ରେଣୀରେ ପଢ଼ୁଥିବା ପୁଅ ହୋମୱାର୍କ ନ କରି ବାହାରେ ଖେଳୁଥିବା ଦେଖିବାକୁ ପାଇଥିଲେ ପୁଷ୍କର ପ୍ରଜାପତ (୩୫)। ଏହାପରେ ପୁଅର ହାତଗୋଡ଼ ବାନ୍ଧି ଫ୍ୟାନରେ ଓଲଟା ଟାଙ୍ଗି ମାଡ଼ ମାରିଥିଲେ।

ପୁଅକୁ ଏଭଳି ନିର୍ଯାତନା ନ ଦେବା ପାଇଁ ସ୍ବାମୀଙ୍କୁ ରୋକିବାକୁ ଚେଷ୍ଟା କରିଥିଲେ ସ୍ତ୍ରୀ। ହେଲେ ସଫଳ ହୋଇ ନ ଥିଲେ। ଫଳରେ ସେ ଘଟଣାର ଭିଡିଓ ଶୁଟ୍‌ କରି ସୋସିଆଲ ମିଡିଆରେ ଶେୟାର କରି ଦେଇଥିଲେ, ଯାହାକି ପରେ ଭାଇରାଲ ହୋଇଯାଇଥିଲା।

Share