ସଉକ ଏକ ବଡ଼ ଜିନିଷ। ଏହାକୁ ପୂରଣ କରିବା ପାଇଁ ଜଣେ ବ୍ୟକ୍ତି କିଛି ବି କରିବାକୁ ଚାହିଁଥାଏ। ସେମିତି ଜଣେ ବ୍ୟକ୍ତି ହେଲେ କାନାଡ଼ାର ୩୦ ବର୍ଷୀୟ ଜୋଶୁଆ ବନ୍ସ। ଜୋଶୁଆ ନିଜ ଶରୀରକୁ ପରିବର୍ତ୍ତନ କରିବାକୁ ଚାହୁଁଥିଲେ। ଏହି କାରଣରୁ ସେ ମାତ୍ର ୧୯ ବର୍ଷରୁ ନିଜ ଶରୀରରେ ଟାଟୁ କରିବା ଆରମ୍ଭ କରିଥିଲେ। ଏବେ ୩୦ ବର୍ଷ ବୟସରେ ସେ ନିଜ ଶରୀରକୁ ଏକ ଜୀବନ୍ତ ଡ୍ରାଗନରେ ପରିଣତ କରିସାରିଛନ୍ତି। ଏଥିପାଇଁ ସେ ୧୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରିସାରିଛନ୍ତି। ଜୋଶୁଆ ନିଜ କାନ ଏବଂ ଆଖିରେ ମଧ୍ୟ ଟାଟୁ କରିଛନ୍ତି। ଏଥିସହ ସେ ନିଜ ଜିଭକୁ କାଟି ଦେଇଛନ୍ତି। ଜୋଶୁଆଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଜୋଶୁଆ ନିଜ ଶରୀରରେ ପରିବର୍ତ୍ତନ କରି ଏକ ଜୀବନ୍ତ ଡ୍ରାଗନରେ ପରିବର୍ତ୍ତନ କରିଛନ୍ତି। ଏପରି କରିବାର ଲକ୍ଷ୍ୟ ହେଉଛି, ଦୁନିଆର ସବୁଠୁ ବିକୃତ ଲୋକ ଭାବେ ତାଙ୍କର ଗଣନା ହେଉ ବୋଲି ସେ ଚାହାନ୍ତି। ତାଙ୍କର ଏହି ଫଟୋକୁ ଦେଖିବା ପରେ କିଛି ଲୋକ ଡରି ମଧ୍ୟ ଯାଉଛନ୍ତି।