ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ଭାଇରାଲ ହେଉଛି। ସେଥିମଧ୍ୟରୁ କିଛି ଭିଡିଓ ଅଛି, ଯାହାକୁ ଦେଖିଲେ ନ ହସି ରହିପାରିବେନି। ଏବେ ଏମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖି ଆପଣ ମଧ୍ୟ ହସିହସି ଗଡ଼ିଯିବେ। ଜଣେ ବ୍ୟକ୍ତିଙ୍କ ପିଠି କୁଣ୍ଡାଇ ହେବାରୁ ସେ ଯାଇ ଜେସିବି ମେଶିନ ଆଗରେ ଠିଆ ହେଉଛନ୍ତି। ଜେସିବିର ଏକ୍ସଭେଟର ଜରିଆରେ ପିଠି କୁଣ୍ଡାଉଛନ୍ତି। ଏହା ଦେଖି ସୋସିଆଲ ମିଡିଆରେ ଲୋକେ ଭିନ୍ନ ଭିନ୍ନ କମେଣ୍ଟ ଦେବା ସହ ହସିହସି ଗଡୁଛନ୍ତି।
ଭିଡିଓଟି ଫେସବୁକ୍ରେ ଶେୟାର ହୋଇଛି। ଏକ ନିର୍ମାଣସ୍ଥଳରେ ବ୍ୟକ୍ତିଜଣକ ଠିଆ ହୋଇ ଗାମୁଛା ସାହାଯ୍ୟରେ ପିଠି କୁଣ୍ଡାଇବା ପାଇଁ ଚେଷ୍ଟା କରୁଛନ୍ତି। ମାତ୍ର ତାଙ୍କ କୁଣ୍ଡିଆ ଭଲ ହେଉନାହିଁ। ସାମ୍ନାରେ ଠିଆ ହୋଇଥିବା ଜେସିବି ମେଶିନଟି ତାଙ୍କ ପିଠି କୁଣ୍ଡାଇ ଦେଉଛି। କ୍ରେନ୍ ଅପରେଟର ବଟନ ଦବାଇ ଜେସିବି ସାହାଯ୍ୟରେ ତାଙ୍କ ପିଠି କୁଣ୍ଡାଇ ଦେଉଛନ୍ତି। ଭିଡିଓ ଦେଖିଲେ ଆପଣ ମଧ୍ୟ କହିବେ ବାସ୍ତବରେ ସବୁ ସମ୍ଭବ।
୩ ଦିନ ତଳେ ଫେସବୁକ୍ରେ ଶେୟାର ହୋଇଥିବା ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା୨ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ଏଥିସହିତ ହଜାରରୁ ଊର୍ଦ୍ଧ୍ୱ ଲୋକ ଲାଇକ୍ ଏବଂ କମେଣ୍ଟ ଦେଇଛନ୍ତି। କିଛି ଲୋକ ଏହାକୁ ଖୁବ୍ ଭଲ ବ୍ୟବସ୍ଥା ବୋଲି କହିଛନ୍ତି।