Categories: ଜାତୀୟ

୧୪ ବର୍ଷ ତଳେ ହଜିଯାଇଥିବା ପର୍ସ ମିଳିଲା, ସେଥିରେ ଥିବା ଟଙ୍କା…

ମୁମ୍ବାଇ,୯।୮: ୧୪ ବର୍ଷ ପୂର୍ବେ ହଜିଯାଇଥିବା ପୁରୁଣା ପର୍ସ ଟଙ୍କା ସହ ଫେରି ପାଇଲେ ଜଣେ ବ୍ୟକ୍ତି। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ୨୦୦୬ ରେ ହେମନ୍ତ ପେଡାଲକର ଛତ୍ରପତି ଶିବାଜୀ ମହାରାଜ ଟର୍ମିନାସ-ପାନଭେଲ ସ୍ଥାନୀୟ ଟ୍ରେନରେ ଯାତ୍ରା କରୁଥିବାବେଳେ ଟ୍ରେନରେ ତାଙ୍କ ପର୍ସ ହଜି ଯାଇଥିଲା। ସେହି ସମୟରେ ପର୍ସ ୯୦୦ ଟଙ୍କା ଥିଲା। ୧୪ ବର୍ଷ ପରେ ପୋଲିସ ଟଙ୍କା ସହ ପର୍ସଟିକୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଫେରସ୍ତ କରିଛି। ରେଳ ପୋଲିସ ରବିବାରୁ ସରକାରୀ ବିବୃତ୍ତି ଏହି ସୂଚନା ଦେଇଛି। ଚଳିତ ବର୍ଷ ଏପ୍ରିଲରେ ହେମନ୍ତ ଜିଆରପିରୁ ଏକ କଲ ପାଇଥିଲେ। ତାଙ୍କୁ ସୂଚନା ଦିଆଯାଇଥିଲା ଯେ ୧୪ ବର୍ଷ ପୂର୍ବେ ତାଙ୍କ ହଜିଯାଇଥିବା ପର୍ସ ଏବେ ମିଳିଲା।
ପ୍ରକାଶ ଥାଉକି, ମୁମ୍ବାଇରେ କରୋନା ଭାଇରସ ଏବଂ ଲକଡାଉନ ଯୋଗୁ ହେମନ୍ତ ତାଙ୍କ ପର୍ସ ଆଣିପାରି ନ ଥିଲେ। ଲକଡାଉନରୁ ରିହାତି ମିଳିବା ପରେ ପାନଭେଲରେ ରହୁଥିବା ହେମନ୍ତି ଜିଆରପି କାର୍ଯ୍ୟାଳୟକୁ ଯାଇ ସେଠାରୁ ପର୍ସ ଆଣିଥିଲେ। ପୋଲିସ ପର୍ସରେ ରଖାଯାଇଥିବା ଅର୍ଥ ମଧ୍ୟ ହେମନ୍ତଙ୍କୁ ଫେରାଇ ଦେଇଥିଲା। ହେମନ୍ତ ପେଡାଲକର କହିଛନ୍ତି ଯେ ମୋ ପର୍ସରେ ୯୦୦ ଟଙ୍କା ଥିଲା। ଗୋଟିଏ ୫୦୦ ଟଙ୍କିଆ, ଆଉ ୧୦୦ଟଙ୍କିଆ ୪ ଖଣ୍ଡ ଥିଲା। ୨୦୧୬ରେ ବିମୁଦ୍ରିକରଣ ଯୋଗୁ ସେହି ନୋଟ ଚଳୁ ନ ଥିବାରୁ ପୋଲିସ ହେମନ୍ତଙ୍କୁ ମାତ୍ର ୩୦୦ ଟଙ୍କା ଦେଇଥିଲା। ଷ୍ଟାମ୍ପ ପେପର କାମ ପାଇଁ ପୋଲିସ ଶହେ ଟଙ୍କା କାଟି ଦେଇଥିଲା। ବାକି ୫୦୦ ଟଙ୍କା ପରେ ବଦଳାଇ ଦେବେ ବୋଲି ପ୍ରତିଶୃତି ଦେଇଥିବା ହେମନ୍ତ କହିଛନ୍ତି।

Share