Categories: ଫୁରସତ

ମୁମ୍ବାଇ ଲୋକାଲ ଟ୍ରେନର ଭାଇରାଲ ହେଲା ଭିଡିଓ, ଟ୍ରେନର ଗେଟ୍‌ ପାଖରେ ମୋବାଇଲ ଝୁଲାଇ ଶୁଣିଲେ ଗୀତ…

ମୁମ୍ବାଇ ଲୋକାଲ ଟ୍ରେନକୁ ଦେଶର ଆର୍ଥିକ ଟ୍ରେନ ଭାବରେ ମଧ୍ୟ ବୁଝାଯାଏ। ଅଫିସ ଟାଇମ ହୋଇଗଲେ ଟ୍ରେନରେ ଖଚାଖଚ ଭିଡ ହୋଇଯାଏ। ଯେଉଁଥିରେ ପଶିବା ଅସମ୍ଭବ ହୋଇପଡେ। ଠିକ୍‌ ସମୟରେ ଟ୍ରେନରେ ଆସି ନ ପହଞ୍ଚିଲେ ଟ୍ରେନ ଛାଡିଦେବାର ସମ୍ଭାବନା ମଧ୍ୟ ରହିଥାଏ। ଏହି ସମୟରେ ଠିକଣାସ୍ଥଳକୁ ପହଞ୍ଚିବାକୁ ଲୋକେ ଏତେ ବ୍ୟଗ୍ର ଥା’ନ୍ତି ଯେ, ଟ୍ରେନ ଭିତରେ ଠିଆ ହୋଇ ମଧ୍ୟ ଯାତ୍ରା କରିଥାନ୍ତି।
ଦିଲ୍ଲୀ ମେଟ୍ରୋରେ ଏପରି ଭିଡ ନ ହେଲେ ମଧ୍ୟ ଯାତ୍ରୀଙ୍କର ବିଭିନ୍ନ ପ୍ରକାର କାର୍ଯ୍ୟକଳାପର ଭିଡିଓ ଭାଇରାଲ ହେଉଥିବାର ଦେଖିବାକୁ ପାଇଛୁ। କେତେବେଳେ କେଉଁଠି ଝଗଡା ଲାଗିଲାଣି ତ କେଉଁଠି କିଏ ଡ୍ୟାନ୍ସ କି ଗୀତ ଗାଇଲେଣି। ସେହିପରି ଏବେ ମୁମ୍ବାଇ ଲୋକାଲ ଟ୍ରେନର ଏକ ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ମୁମ୍ବାଇ ଲୋକାଲ ଟ୍ରେନର ଗୋଟିଏ ବଗିରେ ନାହିଁ ନ ଥିବା ଭିଡ ଦେଖିବାକୁ ମିଳିଛି। ଯାତ୍ରୀ ସିଟ୍‌ ନ ପାଇ ବହୁଜଣ ଠିଆ ହୋଇ ଯାତ୍ରା କରୁଛନ୍ତି। ଏହି ସମୟରେ ଜଣେ ବ୍ୟକ୍ତି ଏତେ ଭିଡରେ କାନରେ ଇଅରଫୋନ ଲଗାଇ ଗୀତ ଶୁଣୁଛନ୍ତି। କାନରେ ଗୀତ ଲଗାଇ ଶୁଣିବାରେ କିଛି ଅସୁବିଧା ନାହିଁ ହେଲେ ସେ ଯେଉଁ ସ୍ଥାନରେ ଫୋନଟିକୁ ରଖିଛନ୍ତି ସେ ବିଷୟରେ ଜାଣିେଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ବ୍ୟକ୍ତିଜଣକ ଟ୍ରେନର ଗେଟ୍‌ ପାଖରେ ବାହାରକୁ ଥିବା ଏକ ଥାକରେ ମୋବାଇଲ ଫୋନକୁ ଝୁଲାଇ ରଖିଛନ୍ତି। ତେବେ ସେଥିରୁ ଇଅରଫୋନ କନେକ୍ଟ କରି ଟ୍ରେନ ଦୁଆର ମୁହଁରେ ଠିଆ ହୋଇ ଗୀତ ଶୁଣୁଛନ୍ତି। ବ୍ୟକ୍ତିଙ୍କର ଏପରି କାର୍ଯ୍ୟକଳାପ ଦେଖି ଷ୍ଟେଶନରେ ଥିବା କିଛି ଲୋକ ତାଙ୍କର ଭିଡିଓ କରୁଛନ୍ତି। ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

Share