ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜାଲରେ ଫସିଥିବା ଏକ ହଂସ ଛୁଆକୁ ଜଣେ ବ୍ୟକ୍ତି ଉଦ୍ଧାର କରୁଥିବାବେଳେ ନରହଂସଟି ଏହି ବ୍ୟକ୍ତିଙ୍କ ଉପରେ ଆକ୍ରମଣ କରୁଥିବା ନଜର ଆସିଛି।
ବ୍ରିଟେନର ଏକ ବନ୍ୟଜନ୍ତୁ ସଂରକ୍ଷଣ ସଂଗଠନ ପକ୍ଷରୁ ଏହାକୁ ସୋସିଆଲ ମିଡିଆରେ ଶେୟାର କରାଯାଇଛି। ଏଥିରେ ସେ କ୍ୟାପ୍ଶନ ଲେଖିଛନ୍ତି, ହଂସ ବହୁତ ସୁରକ୍ଷାତ୍ମକ ମାତାପିତା। କୋବ୍ ନାମକ ନରହଂସ ନିଜ ପିଲାମାନଙ୍କୁ ରକ୍ଷା କରିବା ପାଇଁ ବହୁତ ହିଂସ୍ର ହୋଇଉଠନ୍ତି। ସାଇମନ ନାମକ ଜଣେ ବ୍ୟକ୍ତି ଜାଲରେ ଫସି ରହିଥିବା ଏକ ଛୁଆକୁ ଉଦ୍ଧାର କରିବାକୁ ଚେଷ୍ଟା କରୁଥିଲେ। ମାତ୍ର ଏହି ସମୟରେ ନର ହଂସଟି ତାଙ୍କୁ ଆକ୍ରମଣ କରିବାରେ ଲାଗିଲା। ସାଇମନ୍ ଏଥିପ୍ରତି ଭ୍ରୁକ୍ଷେପ ନ କରି ଛୁଆଟିକୁ ଜାଲରୁ କାଢ଼ି ପାଣିରେ ଛାଡ଼ି ଦେଉଥିବା ଭିଡିଓରେ ଦେଖିବାକୁ ମିଳିଛି।
ଗୁରୁବାର ଶେୟାର ହୋଇଥିବା ଏହି ଭିଡିଓଟିକୁ ବର୍ତ୍ତମାନ ସୁଦ୍ଧା ୭.୮ ଲକ୍ଷ ଲୋକ ଦେଖି ସାରିଲେଣି। ୩୮ ହଜାରରୁ ଅଧିକ ଲୋକ ଲାଇକ୍ କରିଥିବା ବେଳେ ୩ ହଜାରରୁ ଅଧିକ ୟୁଜର ପ୍ରତିକ୍ରିୟା ଲେଖିଛନ୍ତି। ଜଣେ ୟୁଜର ଲେଖିଛନ୍ତି, ଏହା ପରେ ବିଚରା ହଂସ ଛୁଆଟିକୁ ମା’ ହଂସଠାରୁ ଗାଳି ଶୁଣିବାକୁ ପଡ଼ିବ।