କାନବେରା, ୧୬।୧୦: ଅଷ୍ଟ୍ରଲିଆର ଓଲି ଥର୍ଷ୍ଟ ନାମକ ଜନୈକା ମହିଳା ପ୍ଲମ୍ବର ଗୀତ ଶୁଣିବା ପାଇଁ ନିଜର ହେଡଫୋନକୁ କାନରେ ଲଗାଇଥିଲେ। ଏହାର କିଛି ସମୟ ପରେ କାନ ସଲିବା ସେ ଅନୁଭବ କଲେ। ଯେତେବେଳେ ସେ ହେଡଫୋନକୁ କାନରୁ କାଢ଼ି ଦେଖିଲେ ଆଶ୍ଚର୍ଯ୍ୟ ହୋଇଗଲେ। ହେଡଫୋନରେ ଲାଗିଥିବା ନରମ ରବର ଭିତରେ ଏକ ବୁଢ଼ିଆଣୀ ପଶି ରହିଥିଲା। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଏ ନେଇ ଓଲି କୁହନ୍ତି, ହୋଡ୍ଫୋନ୍ ଲଗାଇବା ପରେ କାନ ସଲିବା ମୁଁ ଅନୁଭବ କଲି। ଏହା ପରେ କାଢ଼ି ଯେତେବେଳେ ଦେଖିଲି, ଏକ ବୁଢ଼ିଆଣି ହେଡଫୋନରୁ ବାହାରକୁ ଆସିବାକୁ ଚେଷ୍ଟା କରୁଥିଲା। ଏହି ଭିଡିଓ ଭାଇରାଲ ହେବା ପରେ ଲୋକେ ନିଜର ଭିନ୍ନ ଭିନ୍ନ ମନ୍ତବ୍ୟ ଦେଉଛନ୍ତି। ବୁଢ଼ିଆଣୀ ମଣିଷ ପାଇଁ ବିପଦଜନକ ନୁହେଁ ବୋଲି ଅଧିକାଂଶ ଲୋକ କହିଛନ୍ତି।
Posted inଅନ୍ତର୍ଜାତୀୟ, ଫୁରସତ