Categories: ଜାତୀୟ

ବଳାତ୍କାରୀଙ୍କୁ ଖଣ୍ଡ ଖଣ୍ଡ କରି କାଟି ଦେଲେ ପୀଡ଼ିତାଙ୍କ ବାପା

ଖାଣ୍ଡଓ୍ବା,୨୯।୩: ଜଣେ ନାବାଳିକାଙ୍କୁ ବଳାତ୍କାର କରିଥିବା ଅଭିଯୁକ୍ତଙ୍କୁ ପୀଡ଼ିତାଙ୍କ ବାପା ଏବଂ ମାମଁୁ ହତ୍ୟା କରିଛନ୍ତି। ହତ୍ୟା ପରେ ମୃତଦେହକୁ ଖଣ୍ଡ ଖଣ୍ଡ କରି ନଦୀରେ ଫିଙ୍ଗି ଦେଇଥିଲେ। ଏଭଳି ଘଟଣା ଘଟିଛି ମଧ୍ୟପ୍ରଦେଶର ଖାଣ୍ଡଓ୍ବା ଜିଲାରେ।

ଖଣ୍ଡ ବିଖଣ୍ଡିତ ମୃତଦେହ ଅଜନାଲ ନଦୀରେ ଭାସୁଥିବା ଦେଖିବାକୁ ମିଳିଥିଲା। ତଦନ୍ତ ପରେ ମୃତକଙ୍କ ନାମ ତ୍ରିଲୋକଚାନ୍ଦ(୫୫) ବୋଲି ଜଣାପଡ଼ିଥିଲା ବୋଲି ପୋଲିସ ଏସ୍‌ପି ବିବେକ ସିଂ କହିଛନ୍ତି।

“ଅଧିକ ତଦନ୍ତ ପରେ ମୃତକଙ୍କ ଜଣେ ୧୪ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର କରିବା ଅଭିଯୋଗ ରହିଥିବା ଜଣାପଡ଼ିଥିଲା। ପୀଡ଼ିତାଙ୍କ ବାପା ଏବଂ ମାମୁଁ ତ୍ରିଲୋକଚାନ୍ଦକୁ ବାଇକରେ ଅଜନାଲ ନଦୀକୁ ଶନିବାର ନେଇଥିଲେ। ସେଠାରେ ତାଙ୍କ ମୁଣ୍ଡ କାଟି ହତ୍ୟା କରିବା ପରେ ମୃତଦେହକୁ ଖଣ୍ଡ ଖଣ୍ଡ କରି ନଦୀରେ ଫିଙ୍ଗି ଦେଇଥିଲେ” ବୋଲି ଏସ୍‌ଡିଓପି ରାକେଶ ପେଣ୍ଡ୍ରୋ କହିଛନ୍ତି। ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ଅନ୍ୟମାନଙ୍କ ସମ୍ପୃକ୍ତିକୁ ଯାଞ୍ଚ କରାଯାଉଛି।

Share