ଆପଣ ନିଶ୍ଚିତ ଭାବରେ ଅମିର ଖାନ୍ଙ୍କ ଫିଲ୍ମ ‘ଗଜ୍ନୀ’କୁ ମନେ ରଖିଥିବେ। ଯେଉଁଥିରେ ତାଙ୍କ ଚରିତ୍ର ସ୍ବଳ୍ପ ସମୟର ସ୍ମୃତି ଶକ୍ତି ହରାଇଥାଏ ଏବଂ ପ୍ରତ ୫ ମିନିଟରେ ଅତୀତକୁ ଭୁଲିଯାଇଥାନ୍ତି। ବାସ୍ତବ ଜୀବନରେ କ୍ଲାଇଭ ଓ୍ବେୟାରିଙ୍ଗ୍ ନାମକ ଜଣେ ବ୍ୟକ୍ତିଙ୍କଠାରେ ସମାନ ରୋଗ ରହିଛି। ଯିଏ ପ୍ରତି ୩୦ ସେକେଣ୍ଡ୍ରେ ସବୁକିଛି ଭୁଲିଯାଆନ୍ତି। ତାଙ୍କୁ ‘ମ୍ୟାନ୍ ଅଫ୍ ଦ ୩୦ ସେକେଣ୍ଡ ମେମୋରି’ ମଧ୍ୟ କୁହାଯାଏ।
କ୍ଲାଇଭ୍ଙ୍କର ଏହି ଅବସ୍ଥା ବର୍ତ୍ତମାନ ପର୍ଯ୍ୟନ୍ତ ଚିକିତ୍ସା ଇତିହାସରେ ଆମ୍ନେସିଆର ସବୁଠାରୁ ଖରାପ ରୋଗ ଆଉ କିଛି ନାହିଁ। ଥରେ ଭାବିଲେ ଯଦି ଅତୀତ ମନେ ରହିବନି, ବର୍ତ୍ତମାନ ମନେ ରହିବନି ତେବେ ଜୀବନ କେମିତି ଜିଇଁହେବ। ଏମିତି ଜୀବନ ନେଇ ବଞ୍ଚିବା କେତେ କଷ୍ଟକର ସେହି ଲୋକ ହିଁ ଜାଣିପାରିବ। ପ୍ରାୟ ୪୦ ବର୍ଷ ପାଖାପାଖି ହେବ ଧରି କ୍ଲାଇଭ୍ ଏପରି ଜୀବନ ଅତିବାହିତ କରିଆସୁଛନ୍ତି। ସେ କିଛି ଅତୀତ କଥାକୁ ମନେ ପକାନ୍ତି କିନ୍ତୁ ତାଜା ସ୍ମୃତି ସମ୍ପୂର୍ଣ୍ଣ ଉଭେଇଯାଏ।
ବାସ୍ତବରେ ମାର୍ଚ୍ଚ ୧୯୮୫ରେ କ୍ଲାଇଭ୍ ନିଜ ଘରର ଚଟାଣରେ ପଡ଼ିଯାଇଥିଲେ। ତାଙ୍କୁ ଲଣ୍ଡନର ସେଣ୍ଟ୍ ମେରି ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ତାଙ୍କର କିଛିଦିନ ହେବ ମୁଣ୍ଡବିନ୍ଧା ହୋଇଥିଲା। ଅବଶ୍ୟ ପରେ ଏହା ଜଣାପଡ଼ିଥିଲା ଯେ, ତାଙ୍କ ମସ୍ତିଷ୍କ ଇନ୍ସିଡିୟସ ଭାଇରସରେ ସଂକ୍ରମିତ ହୋଇଛି ଏବଂ ତଥ୍ୟ ସ୍ଥାନାନ୍ତର ପରି ସ୍ମୃତି ତାଙ୍କ ମସ୍ତିଷ୍କରୁ ଚାଲିଆସୁଛି। ହର୍ପସ ସିମ୍ପ୍ଲେକ୍ସ ୧ ଭାଇରସ ତାଙ୍କ ମେରୁଦଣ୍ଡ ନିକଟରେ ସଂକ୍ରମଣ ଆରମ୍ଭ କରିଥିଲା, ଯାହା ମସ୍ତିଷ୍କରେ ପହଞ୍ଚିଥିଲା। ତାଙ୍କ ଆୟୁଷ ମାତ୍ର ୨୦ ପ୍ରତିଶତ ଥିଲା, କିନ୍ତୁ ସେ ଔଷଧ ଦ୍ୱାରା ଆରୋଗ୍ୟ ଲାଭ କରିଥିଲେ। ମାତ୍ର ସେ ତାଙ୍କର ସ୍ମୃତିଶକ୍ତି କିଛି ସମୟ ପାଇଁ ହରାଇ ଦେଉଛନ୍ତି। ପ୍ରାୟ ୪୦ ବର୍ଷ ପାଖାପାଖି ହେବ କ୍ଲାଇଭ୍ ଏପରି ଜୀବନ ଅତିବାହିତ କରିଆସୁଛନ୍ତି।