Categories: ଜାତୀୟ

ସୁପ୍ରିମକୋର୍ଟ ବାହାରେ ଆତ୍ମହତ୍ୟା ଉଦ୍ୟମ କଲେ ଜଣେ ମହିଳା, ପୁରୁଷ

ନୂଆଦିଲ୍ଲୀ,୧୬।୮: ଦେଶର ରାଜଧାନୀ ଦିଲ୍ଲୀରେ ଥିବା ସୁପ୍ରିମକୋର୍ଟ ବାହାରେ ଜଣେ ମହିଳା ଏବଂ ଜଣେ ପୁରୁଷ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ରାମ ମନୋହର ଲୋହିଆ ଡାକ୍ତରଖାନା ନିଆଯାଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ସୋମବାର ସୁପ୍ରିମକୋର୍ଟର ଗେଟ ନମ୍ବର ଡି ସମ୍ମୁଖରେ ଜଣେ ମହିଳା ଏବଂ ଜଣେ ପୁରୁଷ ନିଜ ଶରୀରରେ ନିଆଁ ଲଗାଇ ଦେଇଥିଲେ। ଘଟଣା ପରେ ପୋଲିସ ଏହି ଅଞ୍ଚଳକୁ କର୍ଡନ କରାଯାଇଛି। କୁହାଯାଉଛି ଯେ ଉଭୟ ଗେଟ ନମ୍ବର ଡି ରୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ପର୍ଯ୍ୟାପ୍ତ ପରିଚୟ ନ ଥିବାରୁ ସୁରକ୍ଷାକର୍ମୀ ସେମାନଙ୍କୁ ଅଟକାଇଥିଲେ। ଏହା ପରେ ଦୁହେଁ ନିଆଁ ଲଗାଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ।

Share