ଇଭି ଇଣ୍ଡଷ୍ଟ୍ରିରେ ଟେକ୍ନୋ-ଇନୋଭେଶନ ପରିଚାଳନା

ଭୁବନେଶ୍ୱର, ୯।୯ (ଅଭୟ ଦାଶ): ବେଦାନ୍ତ ଆଲୁମିନିୟମ ପକ୍ଷରୁ ବିଶ୍ୱ ବୈଦ୍ୟୁତିକ ଯାନ (ଇଭି) ଦିବସ ପାଳିତ ହୋଇଯାଇଛି। ଏପରି କି ଉଚ୍ଚମାନର ବିଶ୍ୱସ୍ତରୀୟ ଉପତ୍ାଦ ପରିସର ମଧ୍ୟରେ କମ୍ପାନୀ ଇଭି ଶିଳ୍ପର ବୃଦ୍ଧି ପାଇଁ ଟେକ୍ନୋ-ଇନୋଭେଶନ ପରିଚାଳନା କରୁଛି, କମ୍ପାନୀର ଅତ୍ୟାଧୁନିକ ଉପତ୍ାଦ ପୋର୍ଟଫୋଲିଓରେ ଇଞ୍ଜିନ ବ୍ଲକ ଓ ସିଲିଣ୍ଡର ହେଡ ପ୍ରୟୋଗ, ବ୍ୟାଟେରି କାସିଙ୍ଗ ପାଇଁ ବିଲେଟ, ଏଚ୍‌ଭିଏସି ସିଷ୍ଟମ ଓ ଇଭି ଫ୍ରେମ୍‌ ପାଇଁ ପ୍ରାଥମିକ ଫାଉଣ୍ଡ୍ରି ଆଲଏଜ ଅନ୍ତର୍ଭୁକ୍ତ ରହିଛି। ବିଶେଷ କରି ଏହା କାର୍ବନ ଫୁଟ ପ୍ରିଣ୍ଟକୁ କମ୍‌ କରିବା ସହିତ ଯୋଗାଣ ଶୃଙ୍ଖଳା ନିର୍ଭରଯୋଗ୍ୟତା ଦ୍ୱାରା ସମର୍ଥିତ ଶ୍ରେଷ୍ଠ ଶ୍ରେଣୀ ମୂଲ୍ୟଯୁକ୍ତ ଉପତ୍ାଦଗୁଡ଼ିକୁ ପ୍ରବେଶ କରିବାକୁ ଅଟୋମୋବାଇଲ ଶିଳ୍ପକୁ ସକ୍ଷମ କରାଏ। ସେହିଭଳି ଆଲୁମିନିୟମ୍‌ର ଅନନ୍ୟ ଗୁଣ ଯଥା ଉଚ୍ଚ ଶକ୍ତି ଓଜନ ଅନୁପାତ, ସୁଲଭ କ୍ଷତି ପ୍ରତିରୋଧକ, ବ୍ୟତିକ୍ରମିକ ଡିଜାଇନ ନମନୀୟତା ଇତ୍ୟାଦି ରହିଛି। ଇଭି ଶିଳ୍ପରେ ଆଲୁମିନିୟମର ଅଧିକ ବ୍ୟବହାର ବ୍ୟାଟେରି ଓଜନ ଅଫ୍‌ସେଟ କରି ଏହାର ପରିଚାଳନା ପରିସରକୁ ବୃଦ୍ଧି କରିଥାଏ; ଯାହାଦ୍ୱାରା ଅତିରିକ୍ତ ସୁରକ୍ଷା ଯୋଗ ହୋଇଥାଏ। ଏ ସମ୍ପର୍କରେ ବେଦାନ୍ତ ଲିମିଟେଡ୍‌ର ସିଓଓ (ଆଲୁମିନିୟମ ବ୍ୟବସାୟ) ସୁନୀଲ ଗୁପ୍ତା କହିଛନ୍ତି, ଆଗାମୀ ଦିନରେ ଇଭି ଶିଳ୍ପ ଏକ ସ୍ଥାୟୀ ଓ ପରିବେଶ ଉପଯୋଗୀ ଭୂମିକା ଗ୍ରହଣ କରିବ। ଏହା ଦ୍ୱାରା କାର୍ବନ ଫୁଟ ପ୍ରିଣ୍ଟ କମ୍‌ ହେବା ସହିତ ବିଶ୍ୱସ୍ତରୀୟ ଉପତ୍ାଦର ବିକାଶ ହେବା ସମ୍ଭବ ହୋଇପାରିବ। ଫଳରେ ଆମର ଉପତ୍ାଦଗୁଡ଼ିକ ମଧ୍ୟ ଗୁଣାତ୍ମକ ମାନର ହୋଇପାରିବ। ଏପରି କି କମ୍ପାନୀ ନିକଟରେ ଅନେକ ବିଶ୍ୱସ୍ତରୀୟ ପ୍ରମାଣପତ୍ର ଲାଭ କରିଛି ଓ ସ୍ଥିରତା ଏବଂ ଗୁଣବତ୍ତାକୁ ସୁନିଶ୍ଚିତ କରୁଛି। ସେହିଭଳି ବାଲ୍‌କୋର ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ ତଥା ସିଇଓ ରାଜେଶ କୁମାର କହିଛନ୍ତି, ଆମେ ସର୍ବଦା ବିଶ୍ୱସ୍ତରୀୟ ଉପତ୍ାଦ ପ୍ରସ୍ତୁତି ଲକ୍ଷ୍ୟରେ ଅଛୁ। ଏହା ସହିତ ଆମର ଆର୍‌ ଏଣ୍ଡ ଡି ନବସୃଜନ ଓ ବିଶ୍ୱସ୍ତରୀୟ ବୈଷୟିକ ଜ୍ଞାନକୌଶଳକୁ ଏକାଠି କରିବା ପାଇଁ ସେଣ୍ଟର ଅଫ ଏକ୍ସଲେନ୍‌ସ ପ୍ରତିଷ୍ଠା କରିଛୁ। ଶ୍ରେଷ୍ଠ ଶ୍ରେଣୀର ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ଆମେ ଆମର ଉପତ୍ାଦର ବ୍ୟାପକ ପୋର୍ଟଫୋଲିଓ ସହ ବେଦାନ୍ତ ଆଲୁମିନିୟମ ଇଭିର ଦ୍ରୁତ ବିକାଶଶୀଳ ଚାହିଦାକୁ ପୂରଣ କରିବା ଲାଗି ଭଲ ସ୍ଥିତିରେ ଅଛି। ଅପରପକ୍ଷରେ ଇଭି ଶିଳ୍ପର କଞ୍ଚାମାଲ ଆବଶ୍ୟକତାକୁ ଦୃଷ୍ଟି ଦେଇ ବେଦାନ୍ତ ଆଲୁମିନିୟମ ଇଭି ପ୍ରଯୁକ୍ତି ଗ୍ରହଣ କରିବାରେ ଏକ ଅଗ୍ରଣୀ ଭୂମିକା ବହନ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀଙ୍କ ବଡ଼ ଘୋଷଣା, ଏଣିକି ଶସ୍ତାରେ ବୁକ୍‌ କରିପାରିବେ ଟ୍ରେନ-ବସ୍‌ ଟିକେଟ୍‌

ନୂଆଦିଲ୍ଲୀ,୧୯।୧୦: ଯଦି ଆପଣ ସବୁବେଳେ ଯାତ୍ରା କରିବାକୁ ପସନ୍ଦ କରୁଛନ୍ତି, ଆପଣଙ୍କ ପାଇଁ ଖୁସି ଖବର। ଶିଳ୍ପପତି ଗୌତମ ଆଦାନୀଙ୍କ କମ୍ପାନୀ ଦ୍ୱାରା ଏକ ଏପରି...

ତନିସ୍କର ସ୍ବତନ୍ତ୍ର ଅଫର୍‌: ସୁନା-ହୀରା ମୂଲ୍ୟରେ…

ଭୁବନେଶ୍ୱର,୧୯ା୧୦(ଅନୁରାଧା ମହାରଣା):ଟାଟାର  ଗହଣା ରିଟେଲ ବ୍ରାଣ୍ଡ ତନିସ୍କ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୩ଟି  ନୂଆ ଷ୍ଟୋରର ଶୁଭାରମ୍ଭ କରିଛି। ଶୁକ୍ରବାର ଭୁବନେଶ୍ୱରର ପାତ୍ରପଡ଼ା ଓ...

୨୫ ରାଜ୍ୟ, ୧୩ ଦେଶର ଉତ୍ପାଦ ଗୋଟିଏ ସ୍ଥାନରେ

ଭୁବନେଶ୍ୱର,୧୯ା୧୦(ଅନୁରାଧା ମହାରଣା):ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଦଶମ ଭୁବନେଶ୍ୱର ଅନ୍ତର୍ଜାତୀୟ ବାଣିଜ୍ୟ ମେଳା- ୨୦୨୪ ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟ ପକ୍ଷରୁ ଶୁକ୍ରବାର ଉଦ୍‌ଘାଟନ ହୋଇଯାଇଛି। ଏହି ମେଳାର...

ଓଡ଼ିଶାରେ ୧ ଲକ୍ଷ କୋଟି ନିବେଶ କରିବ ବେଦାନ୍ତ:୨ ଲକ୍ଷ ନୂଆ ନିଯୁକ୍ତି ଆଶା

ଭୁବନେଶ୍ୱର,୧୯ା୧୦(ଅନୁରାଧା ମହାରଣା):ବେଦାନ୍ତ ଗତ ୨୦ ବର୍ଷ ମଧ୍ୟରେ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ କରିବା ସହ ରାଜ୍ୟରେ ୧ ଲକ୍ଷରୁ ଅଧିକ ନିଯୁକ୍ତି...

ପୁଣି ଛଟେଇ କରିବ ମେଟା: ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ କର୍ମଚାରୀ ସାମିଲ

ନୂଆଦିଲ୍ଲୀ,୧୭ା୧୦: ଭବିଷ୍ୟତକୁ ଦୃଷ୍ଟିରେ ରଖି ଛଟେଇ କରିବାକୁ ଯାଉଛି ମେଟା। ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ ଏବଂ ରିଅଲିଟି ଲ୍ୟାବ୍ ସମେତ ୟୁନିଟ୍ ଗୁଡିକରେ କର୍ମଚାରୀଙ୍କୁ ଛଟେଇ...

ଅକ୍ଟୋବରରେ ବଢ଼ିଲା ଏଫ୍‌ଡି ମୂଲ୍ୟ, ୭.୫%ରୁ ଅଧିକ ସୁଧହାର ଦେଉଛନ୍ତି ୧୦ ବ୍ୟାଙ୍କ

ନୂଆଦିଲ୍ଲୀ,୧୭।୧୦: କ୍ରମାଗତ ଭାବେ ବ୍ୟାଙ୍କର ନଗଦ ରାଶି ହ୍ରାସ ପାଇବା ସହିତ ବ୍ୟାଙ୍କ କାରବାରରେ ମଧ୍ୟ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ଉଭୟ ବ୍ୟାଙ୍କ ଓ...

ସୁଲଭ ଇଣ୍ଟରନେଟ୍ ପାଇଁ ଭାରତ ସରକାର ନେଲେ ବଡ଼ ନିଷ୍ପତ୍ତି: ପ୍ରଶଂସା କଲେ ଏଲନ ମସ୍କ

ନୂଆଦିଲ୍ଲୀ,୧୬ା୧୦: ଭାରତରେ ଖୁବଶୀଘ୍ର ଉପଲବ୍ଧ ହେବାକୁ ଯାଉଛି ସାଟେଲାଇଟ ଇଣ୍ଟରନେଟ୍। ଏଥିପାଇଁ କେନ୍ଦ୍ର ସରକାର ସ୍ପେକ୍ଟ୍ରମ୍ ନିଲାମ କରିବା ବଦଳରେ ବିଶ୍ୱ ସ୍ତରୀୟ ନୀତି ଅନୁସରଣ...

କ୍ରୋକୋଡାଇଲ ଷ୍ଟୋରର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୬।୧୦: ଦେଶର ପ୍ରମୁଖ ପ୍ରିମିୟମ ପୋଷାକ ବ୍ରାଣ୍ଡ୍‌ ତଥା ଅଗ୍ରଣୀ ରିଟେଲ ଚେନ୍‌ ‘କ୍ରୋକୋଡାଇଲ’ର ଏକ୍ସକ୍ଲୁସିଭ ଷ୍ଟୋର (କ୍ରୋକୋଡାଇଲ ସିମ୍ପୋନି ମଲ୍‌ ପାହାଳ ଷ୍ଟୋର) ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri