Categories: ଜାତୀୟ

ବିବାହ କରୁଛନ୍ତି କି, ଏଣିକି ଜଗିବ ପୋଲିସ

ମନାଲି,୨୯।୭: ହିମାଚଳ ପ୍ରଦେଶର ପର୍ଯ୍ୟଟନ ସହର ମନାଲିରେ ବିବାହ ଉତ୍ସବ ଏବେ ପ୍ରଶାସନ ଏବଂ ପୋଲିସର ତତ୍ତ୍ୱାବଧାନରେ ହେବ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମନାଲି ପ୍ରଶାସନ ଏହି ନିଷ୍ପତ୍ତି ନେଇଛି। ନିକଟରେ ମନାଲିରେ ଦୁଇଟି କରୋନା ପଜିଟିଭ୍‌ ମାମଲା ସାମ୍ନାକୁ ଆସିଛି। ଏମାନଙ୍କୁ ଜିଲା ମୁଖ୍ୟାଳୟର କୁଲୁସ୍ଥିତ କୋଭିଡ କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଛି। ମନାଲି ଏସଡିଏମ ରମଣ ଘାରସଙ୍ଗୀ କହିଛନ୍ତି ଯେ ରାଜ୍ୟରେ କ୍ରମାଗତ ଭାବରେ କରୋନା ବଢୁଛି ଏବଂ ମନାଲିରେ ମଧ୍ୟ ଏହା ବଢିବାର ସମ୍ଭାବନା ରହିଛି। ଏଭଳି ପରିସ୍ଥିତିରେ କରୋନା ଏଡ଼ାଇବା ପାଇଁ ସ୍ଥାନୀୟ ପ୍ରଶାସନ ଦୃଢ ପଦକ୍ଷେପ ନେଉଛି। ସେ କହିଛନ୍ତି ଯେ ସେଠାରେ ଅନେକ ଅଭିଯୋଗ ଆସିଛି ଯେଉଁଠାରେ ୫୦ରୁ ଅଧିକ ଲୋକ ବିବାହ ଉତ୍ସବରେ ଯୋଗ ଦେଉଛନ୍ତି। ମାସ୍କ, ସାନିଟାଇଜର ଏବଂ ସାମାଜିକ ଦୂରତା ମଧ୍ୟ ରକ୍ଷା କରାଯାଉ ନାହିଁ। ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ତରଫରୁ ଏହି ନିର୍ଦ୍ଦେଶ ଦିଆଯାଇଛି।

Share