ଅବତରଣ ପୂର୍ବରୁ ବିମାନ ଦୁର୍ଘଟଣାଗ୍ରସ୍ତ, ପାଇଲଟଙ୍କ ଅବସ୍ଥା ଗୁରୁତର

କାଠମାଣ୍ଡୁ,୧୪।୧୦: ଶନିବାର ନେପାଳରେ ଏକ ହେଲିକପ୍ଟର ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଯେଉଁଥିରେ ପାଇଲଟ ଗୁରୁତର ଆହତ ହୋଇଛନ୍ତି। କାଠମାଣ୍ଡୁ ପୋଷ୍ଟର ରିପୋର୍ଟ ଅନୁଯାୟୀ, ମନାଙ୍ଗ ଏୟାରର ଏହି ହେଲିକପ୍ଟରଟି ସୋଲୁଖମ୍ବୁ ଆଡକୁ ଉଡାଣ ଭରିଥିବା ବେଳେ ଲେବୁଚେ ପାହାଡ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ରିପୋର୍ଟ ଅନୁଯାୟୀ, ଶନିବାର ସକାଳେ ଏହି ଦୁର୍ଘଟଣା ଘଟିଛି।

ନେପାଳର ବେସାମରିକ ବିମାନ ଚଳାଚଳ ପ୍ରାଧିକରଣର ଡେପୁଟି ଡାଇରେକ୍ଟର ଜଗନ୍ନାଥ ନିରୁଲା କହିଛନ୍ତି ଯେ, ୯ଏନ୍‌ ଏଏନ୍‌ଜି ହେଲିକପ୍ଟର ଉତ୍ତର-ପୂର୍ବ ନେପାଳର ଲେବୁଚେରେ ଅବତରଣ କରିବା ସମୟରେ ନିୟନ୍ତ୍ରଣ ହରାଇଥିଲା। ଏବଂ ଏଥିରେ ନିଆଁ ଲାଗିଯାଇଥିଲା। ଯାତ୍ରୀମାନଙ୍କୁ ଆଣିବା ପାଇଁ ହେଲିକପ୍ଟର ସକାଳ ୭.୧୩ରେ ଲୁକଲା ଠାରୁ ସୋଲୁଖମ୍ବୁ ଅଭିମୁଖେ ଉଡାଣ ଭରିଥିଲା। ଏହି ଦୁର୍ଘଟଣାରେ ବିମାନରେ ଏକୁଟିଆ ଥିବା କ୍ୟାପଟେନ ପ୍ରକାଶ କୁମାର ସେଧାଇ ଗୁରୁତର ଆହତ ହୋଇଛନ୍ତି।

 

Share