Categories: ବାଣିଜ୍ୟ

ମଣପୁରମର ଦ୍ୱିତୀୟ ତ୍ରୈମାସିକ ଫଳାଫଳ

ଭୁବନେଶ୍ୱର,୧୪।୧୧: ଦେଶର ପ୍ରମୁଖ ଘରୋଇ ଅର୍ଥଲଗାଣକାରୀ କମ୍ପାନୀ ମଣପୁରମ ଫାଇନାନ୍ସ ଲିମିଟେଡର ନିର୍ଦ୍ଦେଶକମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ କମ୍ପାନୀର ଆଗାମୀ କାର୍ଯ୍ୟକଳାପ ଓ କାରବାର ସାଙ୍ଗକୁ ନୂତନ ସୁବିଧା ଆଦି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏପରିକି ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକ (ଜୁଲାଇ ପହିଲାରୁ ସେପ୍ଟେମ୍ବର ଶେଷ) ଫଳାଫଳ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ୨୦୨୩-୨୪ ଆର୍ଥିକ ବର୍ଷର ୨ୟ ତ୍ରୈମାସିକ କାରବାର ଶେଷ ସୁଦ୍ଧା କମ୍ପାନୀ ମୋଟ ୫୬୧ କୋଟି ଟଙ୍କାର ନେଟ ଲାଭ ହାସଲ କରିଥିବାବେଳେ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ କାରବାରଠାରୁ ପ୍ରାୟ ୧୩% (୧୨.୬%) ଅଧିକ କାରବାର କରିଛି। ସେହିଭଳି ଗତ ଆର୍ଥିକ ବର୍ଷର ସମାନ ଅବଧି ମଧ୍ୟରେ କମ୍ପାନୀ ମୋଟ ୪୧୦ କୋଟିର ନେଟ ଲାଭ କରିଥିଲା। ଏ ସମ୍ପର୍କରେ ମଣପୁରମ ଫାଇନାନ୍ସ ଲିମିଟେଡର ଏମଡି ତଥା ସିଇଓ ଭି.ପି. ନନ୍ଦକୁମାର କହିଥିଲେ, ଆମେ କ୍ରମାଗତ ଭାବେ ଅଭିବୃଦ୍ଧି ପଥରେ ଅଗ୍ରସର ହେଉଛୁ। ଏପରିକି ୨ୟ ତ୍ରୈମାସରେ କମ୍ପାନୀ ଉତ୍ସାହଜନଜ କାରବାର ସହିତ ଲାଭବାନ ମଧ୍ୟ ହୋଇଛି।

Share