ଚାନ୍ଦବାଲି,୨୫।୩(ଡି.ଏନ୍.ଏ.): ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ବାଇଁ ହତ୍ୟା ମାମଲାରେ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ମୃତ୍ୟୁ ପୂର୍ବରୁ ମାନସ ଲେଖିଯାଇଥିବା ଚିଠି ମିଳିଛି। ତେବେ ମାନସଙ୍କ ଏହି ଚିଠି ପାଇଥିବା ନେଇ ଦୟାଲ ଆଶ୍ରମର କେୟାରଟେକର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆଶ୍ରମର ଉକ୍ତ ଘରଟିକୁ ଝାଡୁ କଲାବେଳେ ଖଟ ତଳୁ ୩ଟି ଚିଠି ପାଇଲି। ସବୁ ଚିଠିରେ ସମାନ କଥା ଲେଖା ହୋଇଥିଲା। ସେମାନେ ତାଙ୍କୁ ଉଠାଇ ଆଣି ପଟିବା ସହ କ୍ୟାମେରା, ମୋବାଇଲ, ପାସ୍ବୁକ୍ ଛଡାଇ ନେଇଥିବା ନେଇ ଚିଠିରେ ଉଲ୍ଲେଖ କରିଛନ୍ତି ମାନସ। ଆହୁରି ମଧ୍ୟ ଲେଖିଛନ୍ତି ଯେ, ମୁଁ ଯଦି ମରିଯାଏ ମୃତଦେହ ଏ ପାପୀମାନଙ୍କୁ ନ ଦେଇ ଗାଁକୁ ପଠାଇଦେବ। ଚିଠି ଶେଷରେ ମାନସ ନିଜ ଗାଁ ଓ ଫୋନ ନମ୍ବର ଲେଖିଥିଲେ। ତେବେ ଚିଠିଟି ପଢିସାରିବା ପରେ ସନ୍ଧ୍ୟାରେ ଶର୍ମିଷ୍ଠାଙ୍କୁ ସେ ଚିଠି ଦେଇଥିବା କହିଛନ୍ତି ଆଶ୍ରମର କେୟାରଟେକର।