ଭୁବନେଶ୍ୱର,୧୬ା୬(ଅନିଲ ଦାସ): ଆସନ୍ତା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜୁ ଜନତା ଦଳ ଲୋକ ସଭା ଓ ବିଧାନସଭା ପାଇଁ ପର୍ଯ୍ୟବେକ୍ଷକ ଏବଂ ସହ ପର୍ଯ୍ୟବେକ୍ଷକ(କୋ-ଅବଜରଭର) ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ବ୍ରହ୍ମପୁର ଲୋକ ସଭା ନିର୍ବାଚନମଣ୍ଡଳୀ ପାଇଁ ମାନସ ମଙ୍ଗରାଜଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଥିବା ବେଳେ ଢେଙ୍କାନାଳ ଜିଲା ହିନ୍ଦୋଳ ଏବଂ ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ସୁଶାନ୍ତ ରାଉତ, କେନ୍ଦୁଝର ଜିଲାର ତେଲକୋଇ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଅଶୋକ ବଳଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ଭୁବନେଶ୍ୱର ଲୋକ ସଭା ନିର୍ବାଚନମଣ୍ଡଳୀ ପାଇଁ ଶ୍ରୀମୟୀ ଶ୍ୱେତାସ୍ନିଗ୍ଧା ମିଶ୍ରଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ଅନୁଗୋଳ ଜିଲା ପାଇଁ କୋ-ଅବଜରଭର ଭାବେ କୁନା ବିହାରୀ ଦାସ ଏବଂ ପରଜଙ୍ଗ ଓ କାମାକ୍ଷାନଗର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଆଶିଷ ଚକ୍ରବର୍ତ୍ତୀଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି।