ଭୁବନେଶ୍ୱର,୫ା୧୦(ଅନିଲ ଦାସ)ଏମ୍ପି ମାନସ ମଙ୍ଗରାଜଙ୍କୁ ରାଜ୍ୟ ସଭାରେ ବିଜେଡିର ନୂଆ ମୁଖ୍ୟ ସଚେତକ ଭାବେ ନିଯୁକ୍ତି ଦିଆଯାଇଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି । ଏ ନେଇ ବୁଧବାର ବିଜେଡି ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି। ମାନସ ୨୦୨୨ ଜୁନ୍ ୭ ତାରିଖରେ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିଲେ। ଇତିମଧ୍ୟରେ ସେ ରାଜ୍ୟ ସଭାରେ ରାଜ୍ୟ ସ୍ବାର୍ଥ ସମ୍ବଳିତ ଅନେକ ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରଙ୍କୁ ଜବାବ ତଲବ କରି ନିଜ ଦକ୍ଷତାର ପ୍ରମାଣ ଦେଇଛନ୍ତି।